ଜିିଏସଟି ଲାଗୁ ହେବା ପରେ ଚାକିରୀ କ୍ଷେତ୍ରରେ ମିଳିବ ଲାଭ ! ଏକ ଲକ୍ଷରୁ ଅଧିକ ନିଯୁକ୍ତି ସମ୍ଭାବନା

30

ବହୁପ୍ରତୀକ୍ଷିତ ବସ୍ତୁ ଓ ସେବା କର(ଜିଏସଟି) ୧ଜୁଲାଇରୁ ଲାଗୁ ହେବାକୁ ଯାଉଛି । ବିଶେଷଜ୍ଞଙ୍କ ଅନୁମାନ ଏହି ନୂଆ କର ବ୍ୟବସ୍ଥା ଯୋଗୁଁ ଦେଶରେ ବହୁ ପରିମାଣରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି । ଶୁଣାଯାଉଛି ପାଖାପାଖି ଏକ ଲକ୍ଷ ନିଯୁକ୍ତି ସୃଷ୍ଟି ହେବ ଯେଉଁଠି ଟ୍ୟାକ୍ସ, ଆକାଉଂଟିଂ ଓ ଡାଟା ଆନାଲିସିସ୍ କ୍ଷେତ୍ରରେ ଯୋଗ୍ୟତା ରଖୁଥିବା ଲୋକେ ଅଧିକ ଲାଭବାନ ହେବେ ।

ବିଶେଷଜ୍ଞଙ୍କ କହିବା ଅନୁସାରେ ଜିଏସଟି କାର୍ଯ୍ୟକ୍ଷେତ୍ରରେ ନିଯୁକ୍ତି ବୃଦ୍ଧି ହେବା ସହ ଏହି ବିଭାଗରେ ୧୦ରୁ ୧୩ ପ୍ରତଶତ ବାର୍ଷିକ ବୃଦ୍ଧି ହେବ ବୋଲି ଅନୁମାନ କରାଯାଉଛି । ଅର୍ଥ ବ୍ୟବସ୍ଥାର ବିଭିନ୍ନ କ୍ଷେତ୍ରରେ ମଧ୍ୟ ଅଧିକ ସୁଯୋଗ ସୃଷ୍ଟି ହେବ ।

ଇଣ୍ଡିଆନ ଷ୍ଟାଫିଂ ଫେଡ଼େରେସନର ଅଧ୍ୟକ୍ଷ ରେଣୁବାଳା ଚକ୍ରବର୍ତ୍ତି କହିଛନ୍ତି ଜିଏସଟି ବସ୍ତୁର କିଣାବିକା ଓ ବିତରଣ କ୍ଷେତ୍ରକୁ ବଢ଼ାଇବ । ଏହାଦ୍ୱାରା ପାରଦର୍ଶିତାବ ଢ଼ିବ । କ୍ୟାସ୍ କାରବାର ଉପରେ ଅନୁମାନ ଲଗାିବା ସହଜ ହେବ ଓ ଲାଭ ମଧ୍ୟ ବଢ଼ିବ । ଏହାଦ୍ୱାରା ୧୦ରୁ ୧୩ ପ୍ରତିଶତ ନିଯୁକ୍ତିର ଲାଭ ଉଠାଇହେବ ।

ଗ୍ଲୋବାଲ ହଣ୍ଟର ଏମଡ଼ି ସୁନୀଲ ଗୋୟଲଙ୍କ କହିବା ଅନୁସାରେ ଅନୁମାନ ରହିଛି ଜିଏସଟି ଲାଗୁ ହେବା ପରେ ଏକ ଲକ୍ଷ ନିଯୁକ୍ତିର ସମ୍ଭାବନା ରହିଛି । ଏହା ବ୍ୟତୀତ ଜିଏସଟିର ଗତିିବିଧି ଯୋଗୁଁ ୫୦-୬୦ ହଜାର ନିଯୁକ୍ତି ଭବିଷ୍ୟତରେ ସୃଷ୍ଟି ହେବ ।

ମନଷ୍ଟର ଡଟକମ ଏସିଆ ପାସିଫିକ୍ ଓ ମିଡ଼ିଆ ଇଷ୍ଟ ଏମଡ଼ି ସଞ୍ଜୟ ମୋଦିଙ୍କ ଅନୁସାରେ ନୂଆ କର ଲାଗୁ ହେବା ପରେ ବାଣିଜ୍ୟ କ୍ଷେତ୍ରରେ ଏକ ସକରାତ୍ମକ ପ୍ରଭାବ ପଡ଼ିବ । ଏହାଦ୍ୱାରା ବିଦେଶୀ ନିବେଶକ ଓ କମ୍ପାନୀ ଗୁଡ଼ିବ ଆକର୍ଷିତ ହେବେ । ଏହାଦ୍ୱାରା ସରକାରଙ୍କ ବିଭିନ୍ନ ଯୋଜନା ଲାଗୁ କରିବାରେ ସାହାଯ୍ୟ ମଧ୍ୟ ମଳିପାରିବ ।

ସୌଜନ୍ୟ – ଆଜତକ୍.କମ୍
ଏହାସହ ପଢ଼ନ୍ତୁ –ଜିଏସଟିକୁ ନେଇ ଜମା ବି କରନ୍ତୁନି ଏହି ୫ଟି ଭୁଲ୍ ! ହୋଇପାରେ ଜେଲ୍