ବଦଳିଲା ଜିଏସଟି ଦର ! ଶସ୍ତା ହେଲା ନିତ୍ୟବବହାର୍ଯ୍ୟ ସାମଗ୍ରୀ : ଜାଣନ୍ତୁ କେଉଁ ସାମଗ୍ରୀ ହେଲା ଶସ୍ତା

31

କନକ ବ୍ୟୁରୋ : ଶସ୍ତା ହେଲା ନିତ୍ୟବବହାର୍ଯ୍ୟ ସାମଗ୍ରୀ । ୧୭୭ଟି ସାମଗ୍ରୀ ଉପରୁ କମିଲା ଜିଏସଟି ଦର । ଜିଏସଟି କାଉନସିଲ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ସାମ୍ପୋ, ଟୁଥପେଷ୍ଟ , ସୌନ୍ଦର୍ଯ୍ୟ ସାମଗ୍ରୀ, ସେଭିଂ କ୍ରିମ, ଡିଟରଜେଂଟ, ଚକୋଲେଟ,ଚୁଇଂଗମ୍, ଡିଓଡୋରାଂଟ, ମାର୍ବଲ ଆଦି ସାମଗ୍ରୀ ଶସ୍ତା ହୋଇଛି । ଏହି ସାମଗ୍ରୀ ଉପରେ ଗ୍ରାହକ ୨୮%ବଦଳରେ ୧୮% ଟାକ୍ସ ଦେବେ । ଜିଏସଟି କାଉନସିଲରେ ୨୨୭ ସାମଗ୍ରୀ ଉପରେ ବିଚାର ହୋଇଥିଲା । ଜିଏସଟି ଲାଗୁ ପରେ ସବୁଠୁ ଅଧିକ ଦରରେ ପରିବର୍ତନ କରାଯାଇଛି । ୫୦ଟି ସାମଗ୍ରୀ ଉପରେ ଜିଏସଟି ୨୮%ଟାକ୍ସ ବଳବତ୍ତର ରହିଛି ।

୨୩ତମ ଜିଏସଟି କାଉନସିଲ ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଛି । ଏହା ଏକ ଐତିହାସିକ ନିଷ୍ପତ୍ତି ବୋଲି କହିଛନ୍ତି ବିହାର ଉପମୁଖ୍ୟମନ୍ତ୍ରୀ ତଥା ଜିଏସଟି କାଉଲସିଲ ସଦସ୍ୟ ସୁଶିଲ ମୋଦି ।