ଶିକ୍ଷା, ସ୍ୱାସ୍ଥ୍ୟ ରହିବ ଜିଏସଟି ମୁକ୍ତ : ରେଳ, ରାସ୍ତା ଏବଂ ବିମାନ ସେବାରେ ମାତ୍ର ୫ପ୍ରତିଶତ ଟିକସ

32

କନକ ବ୍ୟୁରୋ : ଜିଏସଟି କାଉଁସିଲର ନିଷ୍ପତି ଅନୁଯାୟୀ ଶିକ୍ଷା , ସ୍ୱାସ୍ଥ୍ୟ ଜିଏସଟି ମୁକ୍ତ ରହିବ । ରେଳ, ରାସ୍ତା ଏବଂ ବିମାନ ସେବା ପାଇଁ ଜିଏସଟି ୫ ପ୍ରତିଶତ ରହିବ । ମଦ୍ୟପାନ ସୁବିଧା ଥିବା ହୋଟେଲରେ ଜିଏସଟି ୧୮ପ୍ରତିଶତ ରହିବ ।

ଗତକାଲି ବୈଠକରେ ୮୧% ପ୍ରତିଶତ ଦ୍ରବ୍ୟ ଓ ସାମଗ୍ରୀ ଉପରେ କେତେ ପ୍ରତିଶତ ଟିକସ ଲାଗୁ ହେବ ତାହା କାଉଁସିଲ ବୈଠକରେ ସ୍ଥିର ହୋଇଥିଲା । ଜିଏସଟି ଲାଗୁ କରିବା ପାଇଁ ସମୟ ନିକଟତର ହେଉଥିବାରୁ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଜିଏସଟି କାଉଁସିଲ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଜି ଏହିି ବୈଠକ ପରେ ଅର୍ଥମନ୍ତ୍ରୀ ଅରୁଣ ଏନେଇ ସୂଚନା ଦେଇଛନ୍ତି  ।