ରାକ୍ଷୀରେ ଲାଗିବ ନା ନାହିଁ ଜିଏସଟି ? ଜିଏସଟି ସହ ଯୋଡ଼ି ହୋଇଥିବା ପ୍ରଶ୍ନର ସିଧା ଜବାବ ଦେଲେ ସରକାର

62

ଜିଏସଟିକୁ ନେଇ ଲୋକଙ୍କ ମନରେ ଏବେ ବି ଦ୍ୱନ୍ଦ ରହିଛି । ଏମିତରେ କେନ୍ଦ୍ରୀୟ ଉତ୍ପାଦ ଏବଂ ସୀମା ଶୁଳ୍କ ବୋର୍ଡ଼ (ସିବିଇସି) ଜିଏସଟି ଉପରେ ବାରମ୍ବାର ପଚରା ହେଉଥିବା ପ୍ରଶ୍ନର ସ୍ପଷ୍ଟୀକାରଣ ଜାରି କରିଛନ୍ତି । ସରକାର କହିଛି ରାକ୍ଷୀ ରୂପରେ ବ୍ୟବହୃତ ହେଉଥିବା ରାକ୍ଷୀ ସୁତା ଉପରେ ଜିଏସଟି ଲାଗିବ ନାହଁ । ଏହା ବ୍ୟତୀତ ଅନ୍ୟାନ୍ୟ ରାକ୍ଷୀ ଓ ସେଥିରେ ବ୍ୟବହତ ହେୁଉଥିବା ସମାଗ୍ରୀ ଉପରେ ଲାଗିବ ଜିଏସଟି ।

ସ୍ୱାଦିଷ୍ଟ ବଙ୍ଗାଳୀ ମିଠେଇ ସନ୍ଦେଶରେ ୫ ପ୍ରତିଶତ ଜିଏସଟି ଲାଗିବ । ଅନ୍ୟପଟେ ପେଟ ସହ ଯୋଡ଼ି ହୋଇଥିବା ସମସ୍ୟାର ସମାଧାନ କରୁିଥିବା ଇସବଗୋଲରେ ବୀଜରେ ଜିଏସଟି ଲାଗିବ ନାହିଁ । ଏହା ବ୍ୟତୀତ ନେଲପୋଲିସର ୨୮ ପ୍ରତିଶତ ତଥା ଲାଖ ଚୁଡ଼ିରେ ୩ ପ୍ରତିଶତ ଜିଏସଟି ଦର ଲାଗୁ ହେବ । କୁଲ୍ଫୀ, ଇଡ଼ଲୀ, ଦୋସା ରେ ୧୮ ପ୍ରତିଶତ ଲାଗିବ ଜିଏସଟି ।

ଜୁଲାଇ ପହିଲାରୁ ଦେଶରେ ସାମଗ୍ରୀ ଏବଂ ସେବା ଟିକସ (ଜିଏସଟି) କାର୍ଯ୍ୟକାରୀ ହୋଇଛି । ଫଳରେ ଜିଏସଟି ଲାଗୁ ହେବାକୁ ଏବେ ଏକ ମାସରୁ ଅଧିକ ହେଲାଣି । ମାସେ ବିତିଯାଇଥିଲେ ମଧ୍ୟ ବ୍ୟବସାୟୀମାନେ ନୂଆ ଟିକସ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭାବେ ଆପଣାଇ ପାରିନାହାନ୍ତି । ବଜାରକୁ ସାମଗ୍ରୀ ଯୋଗାଣ ସ୍ୱାଭାବିକ ହୋଇପାରି ନାହିିଁ । ଗ୍ରାହକ, ବ୍ୟବସାୟୀ ଓ ସରକାରଙ୍କ ପାଇଁ ଜିଏସଟି କେତେଦୂର ଲାଭଦାୟକ ହେବ ତାହା ଆଉ କିଛି ଦିନ ଯିବା ପରେ ହିଁ ଜଣାପଡ଼ିବ ବୋଲି ଟିକସ ବିଶେଷଜ୍ଞଙ୍କଠାରୁ ଆରମ୍ଭ କରି ବ୍ୟବସାୟୀ ଏବଂ ଗ୍ରାହକମାନେ ମତ ଦେଇଛନ୍ତି ।

ଜିଏସଟି ଲାଗୁ ହେବା ପରେ ଦୁଇ ପ୍ରକାର ଏମଆରପି ଲେଖିବା ଏବଂ ମୂଲ୍ୟ ହ୍ରାସର ଲାଭ ଗ୍ରାହକଙ୍କୁ ଦେବା ଲାଗି ସରକାର ଯେଉଁ ନିୟମ କରିଛନ୍ତି ତାହାକୁ କାଁ ଭାଁ ପାଳନ କରାଯାଉଛି । ଯେଉଁଠି ପ୍ରତିଯୋଗିତାମୂଳକ ବଜାର ରହିଛି ସେଠାରେ ଗ୍ରାହକମାନେ ମୂଲ୍ୟ ହ୍ରାସର ଲାଭ ପାଉଥିବାବେଳେ ଅନ୍ୟ ସ୍ଥାନରେ ତାହା ସୁବିଧା ମିଳୁନାହିଁ । କେତେକ ବଡ଼ ବଡ଼ ବ୍ୟବସାୟୀ ଜିଏସଟି ବ୍ୟବସ୍ଥା ଅନୁଯାୟୀ ବ୍ୟବସାୟ କରୁଥିବାବେଳେ ଛୋଟ ଛୋଟ ବ୍ୟବସାୟୀ ନୂଆ ବ୍ୟବସ୍ଥାକୁ ଏପର୍ଯ୍ୟନ୍ତ ବୁଝିପାରି ନାହାନ୍ତି ।