ପେଟ୍ରୋଲ୍‌ ଓ ଡିଜେଲ ଦର ଉପରେ ଲାଗିପାରେ ଜିଏସଟି !

29

କନକ ବ୍ୟୁରୋ : ଅଳ୍ପ ଦିନ ଭିତରେ ପେଟ୍ରୋଲ୍‌ ଦରରେ ହୋଇଥିବା ୭ ଟଙ୍କା ୩୨ ପଇସାର ବୃଦ୍ଧିକୁ ନେଇ ସାଧାରଣ ଜନତା ପ୍ରତିକ୍ରିୟା ପ୍ରକାଶ କରିବା ପରେ କେନ୍ଦ୍ର ସରକାର ଚିନ୍ତିତ ହୋଇପଡ଼ିଛନ୍ତି । ଏ ପ୍ରସଙ୍ଗରେ ଗତକାଲି ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି, ଯେ ପେଟ୍ରୋଲ୍‌ ଏବଂ ଡିଜେଲ୍‌ ଦରରେ ହେଉଥିବା ବୃଦ୍ଧିକୁ ନେଇ ସରକାର କିଛି କରିପାରିବେ ନାହିଁ । ଏହି ଦୁଇ ଇନ୍ଧନର ଦର ନିର୍ଦ୍ଧାରଣ କ୍ଷମତା କଂପାନିଗୁଡ଼ିକୁ ପ୍ରଦାନ କରାଯାଇଛି । ତେଣୁ କିଛି କରିହେବ ନାହିଁ ବୋଲି କହି ସେ ହାତ ଟେକି ଦେଇଛନ୍ତି ।

petrolପେଟ୍ରୋଲ୍‌ ଏବଂ ଡିଜେଲ ଉପରେ ଲଗାଯାଇଥିବା ଟିକସ କମ୍‌ କରିବାର ସମ୍ଭାବନା ବହୁତ କମ୍‌ ବୋଲି ସେ ଜଣାଇ ଦେଇଛନ୍ତି । ସେ କହିଛନ୍ତି ଯେ ଟିକସ ଜରିଆରେ ଆଦାୟ ହେଉଥିବା ଟଙ୍କାକୁ ଭିତ୍ତିଭୂମି ନିର୍ମାଣ ଏବଂ ସାମାଜିକ କଲ୍ୟାଣମୂଳକ ପ୍ରକଳ୍ପରେ ବିନିଯୋଗ କରାଯାଉଛି । ପେଟ୍ରୋଲ୍‌ ଏବଂ ଡିଜେଲକୁ ସାମଗ୍ରୀ ଏବଂ ସେବା ଟିକସ (ଜିଏସ୍‌ଟି) ପରିସରକୁ ଆଣିବା ବିଷୟରେ ଜିଏସଟି ପରିଷଦ ପକ୍ଷରୁ ବିଚାର କରିବାର ସମୟ ଆସିଛି ବୋଲି ସେ କହିଛନ୍ତି ।

ଉଲ୍ଲେଖଯୋଗ୍ୟ, ପେଟ୍ରୋଲିୟମ୍‌ ଉତ୍ପାଦକୁ ଜିଏସଟି ପରିସର ବାହାରେ ରଖାଯାଇଛି । ଏହାକୁ ନେଇ କେନ୍ଦ୍ରpetrol and diesel price hike ଏବଂ ରାଜ୍ୟ ମଧ୍ୟରେ ସହମତି ହୋଇପାରୁନାହିଁ । ତେଣୁ ପୂର୍ବ ପ୍ରଚଳିତ ପ୍ରଥା ଅନୁସାରେ ପେଟ୍ରୋଲ ଏବଂ ଡିଜେଲ ଉପରେ ସବୁ ପ୍ରକାର ପରୋକ୍ଷ ଟିକସ ଲଗାଯାଉଛି । ଗ୍ରାହକମାନେ  ୭୦ ଟଙ୍କାରେ କିଣୁଥିବା ଏକ ଲିଟର ପେଟ୍ରୋଲରେ ୩୯ ଟଙ୍କାର ଟିକସ ଗଣୁଛନ୍ତି । ପେଟ୍ରୋଲ୍‌ ଦର ବୃଦ୍ଧିକୁ ନେଇ ସରକାରଙ୍କୁ ସମାଲୋଚନା କରିବା ଠିକ୍‌ ନୁହେଁ ବୋଲି ସେ କହିଛନ୍ତି । ଜୁନ୍‌ ୧୬ ପରଠାରୁ ପ୍ରତିଦିନ ଦେଶରେ ପେଟ୍ରୋଲ୍‌ ଏବଂ ଡିଜେଲ ଦର ପରିବର୍ତ୍ତନ ହେଉଛି । ଏହି ବ୍ୟବସ୍ଥା ଆରମ୍ଭ ହେବାର ୧୫ ଦିନ ପର୍ଯ୍ୟନ୍ତ ତୈଳ ଦର ହ୍ରାସ ପାଇଥିଲା । ତାହାକୁ ବିଚାରକୁ ନିଆଗଲା ନାହିଁ । କିନ୍ତୁ ସାମୟିକ ଭାବେ ହେଉଥିବା ଦର ବୃଦ୍ଧିକୁ ବଢ଼ାଇ ଚଢ଼ାଇ ପ୍ରଦର୍ଶନ କରାଯାଉଛି ବୋଲି ସେ କହିଛନ୍ତି ।

୨୦୧୪ ଅଗଷ୍ଟ ପରେ ପେଟ୍ରୋଲ୍‌ ମୂଲ୍ୟ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ଏବେର ପେଟ୍ରୋଲ୍‌ ଦର ସର୍ବକାଳୀନ ଉଚ୍ଚ ସ୍ତରରେ ନାହିଁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ସେ ମନେ ପକାଇ ଦେଇଛନ୍ତି ଯେ ୨୦୧୩ ସେପ୍ଟେମ୍ବର ୧୪ରେ ପେଟ୍ରୋଲର ଲିଟର ପିଛା ମୂଲ୍ୟ ସର୍ବାଧିକ ୭୬ ଟଙ୍କା ୬ ପଇସା ହୋଇଥିଲା । ପେଟ୍ରୋଲ୍‌ ଏବଂ ଡିଜେଲ ଦରରେ ହେଉଥିବା ବୃଦ୍ଧି ପାଇଁ ସେ ଆମେରିକାରେ ହୋଇଥିବା ହରିକେନ୍‌ ତାଣ୍ଡବକୁ ଦାୟୀ କରିଛନ୍ତି । ହରିକେନ୍‌ ଯୋଗୁଁ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଇଛି ଯାହାର ପ୍ରଭାବରେ ଦେଶରେ ପେଟ୍ରୋଲ୍‌ ଏବଂ ଡିଜେଲ ଦର ବଢ଼ୁଛି ।