ଦିଲ୍ଲୀରେ ଆଜି ଜିଏସଟି ପରିଷଦ ବୈଠକ !  ୯୯ପ୍ରତିଶତ ସାମଗ୍ରୀ ଉପରୁ ଟିକସ ହ୍ରାସ ନେଇ ବଢିଲା ସମ୍ଭାବନା 

ଜିଏସଟି ଆଦାୟ ଉତ୍ସାହଜନକ ନଥିବାରୁ ଚିନ୍ତାରେ ମୋଦି ସରକାର

200

କନକ ବ୍ୟୁରୋ : ଆଜି ଦିଲ୍ଲୀରେ ବସିବ ଜିଏସଟି ପରିଷଦ ବୈଠକ । ଅନେକ ସାମଗ୍ରୀ ଉପରୁ ଟିକସ ହ୍ରାସ କରିବା ଉପରେ ବୈଠକରେ ନିଷ୍ପତି ହେବାର ସମ୍ଭାବନା ରହିଛି । କାରଣ କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୯୦ପ୍ରତିଶତ ସାମଗ୍ରୀକୁ ୧୮ପ୍ରତିଶତ କିମ୍ବା ତାଠାରୁ କମ ଟିକସ ସ୍ଲାବରେ ରଖିବା ପାଇଁ ସଙ୍କେତ ଦେଇଥିଲେ । ସେହି ଅନୁସାରେ ଆଜିର ବୈଠକରେ ଆଲୋଚନା ହୋଇପାରେ ବୋଲି ଜଣାପଡିଛି ।

ସିମେଂଟ ଉପରୁ ଟିକସ ପରିମାଣ ହ୍ରାସ ପାଇବାର ଯଥେଷ୍ଟ ସମ୍ଭାବନା ରହିଛି । ଏବେ ୩୦ଟି ସାମଗ୍ରୀ ୨୮ପ୍ରତିଶତ ଟିକସ ସ୍ଲାବରେ ରହିଥିବା ବେଳେ କିଛି ସାମଗ୍ରୀ ୧୮ପ୍ରତିଶତ ବର୍ଗକୁ ଖସିପାରେ । ସାମଗ୍ରୀ ଓ ସେବା ଟିକସ ଉତ୍ସାହଜନକ ନରହିବା ଏବଂ ଟିକସ ଠକେଇ ହେଉଥିବା କାରଣରୁ ସରକାର ଚିନ୍ତାରେ ଅଛନ୍ତି । ଅନ୍ୟପକ୍ଷରେ ନିର୍ବାଚନୀ ବର୍ଷ ହୋଇଥିବାରୁ ଉଚ୍ଚ ଟିକସ ହାର କମାଇବା ପାଇଁ ମୋଦି ସରକାରଙ୍କ ଉପରେ ଚାପ ରହିଛି ।