ଜିଏସଟି ଆଳ ଦେଖାଇ ଭୁଆଁ ବୁଲାଉଛନ୍ତି ବ୍ୟବସାୟୀ : ପରିବା ଦୋକାନୀ ବି ଗ୍ରାହକଙ୍କ ଠାରୁ ନେଉଛନ୍ତି ମନମୁଖୀ ଦର

44

କନକ ବ୍ୟୁରୋ : ଦେଶରେ ଜିଏସଟି ଲାଗୁ ହେବାର ୫ ଦିନ ବିତିଛି । କିନ୍ତୁ ଭାରତ ସରକାର ଜିଏସଟି ଲାଗୁ କଲାପରେ କେଉଁ କେଉଁ ଜିନିଷରେ କେତେ କେତେ ଜିଏସଟି ଲାଗୁ କରାହୋଇଛି ତାହା ଠିକ୍ ମାତ୍ରାରେ ସାଧାରଣ ଲୋକ ଜାଣିପାରୁ ନାହାଁନ୍ତି । ଫଳରେ ଲାଭଖୋର ବେପାରୀଙ୍କ ଠକାମୀର ଶିକାର ହୋଇଛନ୍ତି ସାଧାରଣ ଲୋକ ।

ଦେଶରେ ଏକକ ଟିକସ ବ୍ୟବସ୍ଥା ଲାଗୁ ହେବା ପରେ ବଜାରରେ ଏହାର ପ୍ରଭାବ ପଡିଛି । ଜିଏସଟିକୁ ନେଇ ଏବେ ବି ଦ୍ୱନ୍ଦ୍ୱ ଅଛନ୍ତି ସାଧାରଣ ଲୋକ । ତେବେ ଏହାର ଭରପୁର ଫାଇଦା ନେଉଛନ୍ତି କିଛି ଅସାଧୁ ବେପାରୀ । କିଛି ଲାଭଖୋର ବେପାରୀଙ୍କ ମନମୁଖୀ ଦର ଯୋଗୁଁ ଲୋକମାନେ ହଇରାଣ ହେଉଛନ୍ତି । ପରିବାଠୁ ଆରମ୍ଭ କରି ବିଭିନ୍ନ ସାମଗ୍ରୀରେ ଦୋକାନୀ ଆକାଶଛୁଆଁ ଦର ନେଉଥିବା ଅଭିଯୋଗ ହୋଇଛି । ଫଳରେ ଆଗରୁ ଦିନକୁ ୧ କେଜି କିଣୁଥିବା ଲୋକଙ୍କୁ ବର୍ତ୍ତମାନ ଦେଢ କେଜି କିଣିବାକୁ ପଡୁଛି ।

ଜିଏସଟି ନାଁରେ କିଛି ଅସାଧୁ ବେପାରୀ ଏପରି କରୁଥିବା ବେଳେ ବର୍ଷା ଯୋଗୁଁ ପରିବା ଆସି ପାରୁନଥିବାରୁୁ ଦର ବୃଦ୍ଧି ହୋଇଥିବା କହିଛନ୍ତି ବେପାରୀ । ଗୋଲବଜାର ବାହାରେ କିଛି ବେପାରୀ ଅଧିକ ରେଟ୍ ରେ ବିକୁଥିବା କଥାକୁ ସ୍ୱୀକାର କରିଛନ୍ତି । ଦେଶରେ ଏକକ କର ବ୍ୟବସ୍ଥା ଲାଗୁ ହେବା ପରେ ଏହାର ପ୍ରଭାବ ବଜାରରେ ପଡିଛି । ତେବେ କିଛି ଅସାଧୁ ବେପାରୀଙ୍କ ଉପରେ ତୁରନ୍ତ ଜିଲ୍ଲାପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।

ଦେଖନ୍ତୁ ଏହି ଭିଡ଼ିଓ –