ଜିଏସଟି ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେବା ପାଇଁ ହେଲ୍ପଲାଇନ୍‌ ନମ୍ବର ୬୦କୁ ବୃଦ୍ଧି !

24

ଜିଏସଟି ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେବା ପାଇଁ ଜାତୀୟସ୍ତରରେ ୧୪ଟି ହେଲ୍ପଲାଇନ୍‌ ନମ୍ବର ଥିବାବେଳେ ଏହାକୁ ଏବେ ୬୦କୁ ବୃଦ୍ଧି କରାଯାଇଛି । ଏହାସହ ଜିଏସଟି ସମ୍ପର୍କିତ ଯୋଗାଯୋଗ ପାଇଁ ଜାତୀୟ ସ୍ତରରେ ରହିଥିବା ହେଲ୍ପଲାଇନ୍‌ ନମ୍ବର ହେଲା ୧୪୪୦୪ । ଜିଏସଟି କାର୍ଯ୍ୟକାରୀ ହେବା ପରେ ଯେଉଁ କ୍ଷେତ୍ରରେ ଟିକସ ହ୍ରାସ ପାଇଛି ତାହାର ଲାଭ ଗ୍ରାହକଙ୍କ ନିକଟରେ ପହଞ୍ଚିବା ଆବଶ୍ୟକ । ଏଥିପାଇଁ ଯୋଗାଯୋଗ ନମ୍ବର ୬୦କୁ ବୃଦ୍ଧି କରାଯାଇଛି ବୋଲି କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ରାମବିଳାସ ପାଶ୍ୱାନ କହିଛନ୍ତି । ବିଶେଷକରି ଖାଉଟିଙ୍କ ସମସ୍ୟା ସମାଧାନ ପାଇଁ ଏହା କରାଯାଇଛି ବୋଲି ଶ୍ରୀ ପାଶ୍ୱାନ କହିଛନ୍ତି ।