ବଲିଉଡ଼ରେ ଜିଏସଟି ଆଣିବ ଅଛେ ଦିନ୍ ! ଆଞ୍ଚଳିକ ସିନେମା ଉପରେ ପଡ଼ିବ ଭାରି

35

ସାରା ଦେଶରେ ୧ ଜୁଲାଇରୁ ଲାଗୁ ହେଉଛି ଜିଏସଟି । ଏଥିପାଇଁ ମନୋରଞ୍ଚନ ଜଗତରେ ମଧ୍ୟ ହଲଚଲ ସୃଷ୍ଟି ହୋଇଛି । ମନୋରଞ୍ଜନ ଜଗତରେ ଏବେ ସବୁ ରାଜ୍ୟରେ ଏକ ପ୍ରକାର କର ଆଦାୟ କରାଯିବ । ଜିଏସଟି କାଉନସିଲ ଏହି ଦର ୧୮ ଓ ୨୮ ପ୍ରତିଶତ ନେବା ପାଇଁ ନିଷ୍ପତି ନେଇଛି । ଜିଏସଟି ଅନୁସାରେ ଏବେ ସିନେମାର ଯେଉଁ ଟିକଟ ୧୦୦ ଟଙ୍କାରୁ କମରେ ମିଳୁଛି, ତା’ଉପରେ ୧୮ ପ୍ରତିଶତ କର ଦେବାକୁ ପଡ଼ିବ ।

ଏହାସହ ୧୦୦ ଟଙ୍କାରୁ ଅଧିକ ଟଙ୍କାର ଟିକଟ ଉପରେ ୨୮ ପ୍ରତିଶତ କର ଦେବାକୁ ହେବ । ଏବେ ପର୍ଯ୍ୟନ୍ତ ସିନେମାରେ ମନରୋଞ୍ଜନ କର ଆଦାୟ କିରବାର ଅଧିକାର କେବଳ ଥିଲା ରାଜ୍ୟର । ଆଞ୍ଚଳିକ ସିନେମାରେ ସବୁ ରାଜ୍ୟ ମନରୋଞ୍ଜନ କର ରେ ରିହାତି ଦେଇଥାଆନ୍ତି । ଯେପରି ମହାରାଷ୍ଟ୍ରରେ ବଲିଉଡ଼ ସିନେମା ପାଇଁ ୪୫ ପ୍ରତିଶତ କର ଆଦାୟ କରୁଥିବାେବେଳ ମରାଠୀ ସିନେମା ପାଇଁ ମାତ୍ର ୭ ପ୍ରତିଶତ ଆଦାୟ କରନ୍ତି ।

ଜିଏସଟିର ପ୍ରଭାବ ସବୁ ସିଙ୍ଗିଲ୍ ସ୍କ୍ରିନ ସିନେମା ହଲରେ ଉପରେ ଅଧିକ ପଡ଼ିବ । ରାଜସ୍ଥାନ ଓ ଛତିଶଗଡ଼ ରାଜ୍ୟ ନିଜର ଆଞ୍ଚଳିକ ସିନେମା ପାଇଁ କର ମୁକ୍ତ କରିଦେଇଛି । ଏମିତିରେ ୧୮ ପ୍ରତିଶତ ଓ ୨୮ ପ୍ରତିଶତ କର ଆଞ୍ଚଳିକ ସିନେ ନିର୍ମାତାଙ୍କ ପାଇଁ ଅସୁବିଧା ସୃଷ୍ଟି କରିବ । ଆମ ଦେଶରେ ମାତ୍ର ୯୦୦ ସିଙ୍ଗିଲ ସ୍କ୍ରିନ୍ ସିନେମା ଘର ଅଛି ଯାହା ଭାରତ ଜନସଂଖ୍ୟାକୁ ଦେଖିଲେ ବହୁତ କମ୍ । ଜିଏସଟି ଲାଗୁ ହେଲେ ଏହି ସିଙ୍ଗିଲ ସ୍କ୍ରିନ୍ ସିନେମା ଘରଗୁଡ଼ିକ ବନ୍ଦ ହେବାପାଇଁ ବାଧ୍ୟ ହେବେ ।