ଜିଏସଟି ଆଣୁଛି ନୂଆ ଚାକିରୀ ! ନିଯୁକ୍ତି ପାଇଁ ଖୋଲିଲା ସୁଯୋଗ

49

କନକ ବ୍ୟୁରୋ : ଜିଏସଟି ଲାଗୁ ହେବା ପରେ ବେକାର ଯୁବକ ଯୁବତୀଙ୍କ ପାଇଁ ସୃଷ୍ଟି ହୋଇଛି ନୂଆ ସମ୍ଭାବନା । ବ୍ୟବସାୟ କେନ୍ଦ୍ରରେ ଏଣିକି ହିସାବ କିତାବ ରଖିବା ପାଇଁ ନିୟମିତ ନିଯୁକ୍ତି ମିଳିବ । ଏଣିକି ସେମାନଙ୍କୁ ମିଳିବ ଆଶ୍ୱସ୍ତ, ମିଳିବ କର୍ମ ସଂସ୍ଥାନ ।

ସାମୟିକ ଆକାଉଂଟାଂଟ୍ ରଖି ହିସାବକିତାବ କରୁଥିବା ବ୍ୟବସାୟୀ ନିୟମିତ ଲୋକ ରଖିବାକୁ ବାଧ୍ୟ ହେବେ । ନୂଆ ଟ୍ୟାକ୍ସ ବ୍ୟବସ୍ଥା ଲାଗୁ ହେବା ପରେ ଆକାଉଂଟ କାମ କରିବା ପାଇଁ ବହୁ ସଂଖ୍ୟାରେ ପିଲାଙ୍କ ଆବଶ୍ୟକ ହେଲାଣି । ପୂର୍ବରୁ ୫୦ରୁ ୬୦ ଲକ୍ଷ ଟଙ୍କା ପ୍ରତିବର୍ଷ କାରବାର କରୁଥିବା ବ୍ୟବସାୟୀ ମଧ୍ୟ ନିୟମିତ ଆକାଉଂଟାଂଟ୍ ରଖୁନଥିଲେ । ଏବେ କିନ୍ତୁ ପରିସ୍ଥିତି ବଦଳିଛି ଏବଂ ସମସ୍ତେ ପିଲାଙ୍କୁ ନିୟମିତ ଚାକିରି ଦେବା ପାଇଁ ପ୍ରସ୍ତୁତ ।

କେବଳ ବାଣିଜ୍ୟ ନୁହେଁ ଅନ୍ୟ ବିଭାଗରେ ମଧ୍ୟ ପାଠ ପଢିବା ସହ ଆବଶ୍ୟକୀୟ କମ୍ପ୍ୟୁଟର ଜ୍ଞାନ ଥିବା ବ୍ୟକ୍ତିଙ୍କୁ ଏହି ଚାକିରୀ ସୁଯୋଗ ମିଳିପାରିବ । ଜିଏସଟି ନେଇ ଗୋଟିଏ ପଟେ ଦ୍ୱନ୍ଦ୍ୱ ଲାଗି ରହିଥିବା ବେଳେ ଏପଟେ ଏହିକ୍ଷେତ୍ରରେ କିଛି କର୍ମ ନିଯୁକ୍ତି ସୃଷ୍ଟି ହେବାର ସମ୍ଭାବନା ସୃଷ୍ଟି ହୋଇଛି ।