ଜିଏସଟିର ପ୍ରଭାବ ! ଇଏମଆଇରେ ସାମଗ୍ରୀ କିଣିବା ହେଲା ମହଙ୍ଗା, ୩୬ ପ୍ରତିଶତ ବଢ଼ିଲା ଟ୍ୟାକ୍ସ

31

ଜିଏସଟି ଲାଗୁ ହେବା ପରେ ଯଦି ଆପଣ କ୍ରେଡ଼ିଟ କାର୍ଡ଼ରେ ଇଏମଆଇ ଦେଇ ସାମଗ୍ରୀ କିଣୁଛନ୍ତି, ତେବେ ଏବେ ଏହା ଆପଣଙ୍କୁ ମହଙ୍ଗା ପଡ଼ିବ । ଆପଣଙ୍କ ପକେଟରୁ ଅଧିକ ଖର୍ଚ୍ଚ କରିବା ପାଇଁ ପଡ଼ିବ କାରଣ ଜିଏସଟି ଲାଗୁ ହେବା ପରେ ଟ୍ୟାକ୍ସ ରେଟ୍ ବଢ଼ିଯାଇଛି ।

କେନ୍ଦ୍ର ସରକାର ସର୍ଭିସ ଟ୍ୟାକ୍ସକୁ ଶେଷ କରି ଜିଏସଟି ଲାଗୁ କରିଛନ୍ତି । ଜୁଲାଇରୁ ଆପଣ ଯେତେଥର କ୍ରେଡ଼ିଟ୍ କାର୍ଡ଼ରେ ସାମଗ୍ରୀ କିଣୁଛନ୍ତି, ପ୍ରତିଥର ୧୮ପ୍ରତିଶତ ହିସାବରେ ଜିଏସଟି ଦେବାକୁ ପଡ଼ିବ । ଏହାବ୍ୟତୀତ ପ୍ରତିମାସରେ ଆସୁଥିବା ବିଲ ଉପରେ ମଧ୍ୟ ଜିଏସଟି ଦେବାକୁ ପଡ଼ିବ ।

ଇଏମଆଇରେ ସାମଗ୍ରୀ କିଣିଲେ ୩୬ ପ୍ରତିଶତ ଦେବାକୁ ପଡ଼ିବ ଜିଏସଟି –
ଇଏମଆଇରେ ସାମଗ୍ରୀ ନେଉଥିବା ଲୋକ ଏବେ ଚିନ୍ତାରେ । ଏହାର କାରଣ ଗୋଟିଏ ପଟେ କମ୍ପାନୀ ନିଜର ବୈଦୁତିକ ସାମଗ୍ରୀ ଯେପିର ଟିଭି, ଫ୍ରିଜ, ୱାସିଙ୍ଗ ମେସିନ, ଏସି ଆଦିର ମୂଲ୍ୟକୁ ବଢ଼ାଇ ଦେଇଛି । ଏହାସହ ବ୍ୟାଙ୍କ ମଧ୍ୟ କାର୍ଡ଼ରେ ପେମେଣ୍ଟ କରିବା ଦ୍ୱାରା ଜିଏସଟି ୩ ପ୍ରତିଶତ ବଢ଼ାଇ ୧୮ ପ୍ରତିଶତ କରି ଦେଇଛନ୍ତି ।

କ୍ରେଡ଼ିଟ କାର୍ଡ଼ ଦ୍ୱାରା ଦେୟ ପଇଠ କରିବା ଦ୍ୱାରା ୧୮ ପ୍ରତିଶତ ଟ୍ୟାକ୍ସ ପ୍ରତି ମାସରେ ଟୋଟାଲ ବିଲରେ ଯୋଡ଼ି ହୋଇ ଆସିବ । ଏହି ହିସାବରେ ଦେଖାଗଲେ ପ୍ରତି ମାସରେ ୩ ପ୍ରତିଶତ ହିସାବରେ ୩୬ ପ୍ରତିଶତ ଟ୍ୟାକ୍ସର ଅତିରିକ୍ତ ବୋଝ ପଡ଼ିବ ।

ଧରନ୍ତୁ ଆପଣ ୨ ଲକ୍ଷ ଟଙ୍କାର ସାମଗ୍ରୀ କିଣିଛନ୍ତି, ତେବେ ପ୍ରଥମେ ଆପଣ ୧୫ ପ୍ରତିଶତ ହିସାବରେ ୩୦୦ ଟଙ୍କାର ଟ୍ୟାକ୍ସ ଦେବାକୁ ପଡ଼ୁଥିଲା । ସେହିଠାରେ ଏବେ ୧୮ ପ୍ରତିଶତ ହିସାବରେ ୩୪୦ ଟଙ୍କା ଦେବାକୁ ପଡ଼ିବ । ଏପରିସ୍ଥଳେ ଆପଣଙ୍କୁ ପ୍ରତି ମାସ ୪୦ ଟଙ୍କା ଅତିରିକ୍ତ ଟ୍ୟାକ୍ସ ଦେବାକୁ ପଡ଼ିବ ।

ହୋମ ଲୋନ ଉପରେ ମଧ୍ୟ ପଡ଼ିବ ପ୍ରଭାବ – ଜିଏସଟିର ପ୍ରଭାବ କେବଳ ସାମଗ୍ରୀ କିଣିବା ଉପରେ ନୁହଁ ହୋମ ଲୋନର ଇମଏଆଇ ଉପରେ ମଧ୍ୟ ପଡ଼ିବ । କାରଣ ଏଥିପାଇଁ ବ୍ୟାଙ୍କ ନିଜର ଇନଟ୍ରେଷ୍ଟ ମୂଲ୍ୟ କମ ନକରି କରୁନାହିଁ । ଆରବିଆଇ ଏବେ ନିଜର ରେପୋ ରେଟକୁ ସ୍ଥିର ରଖିଛି । ଏଥିରେ ଗ୍ରାହକଙ୍କୁ ପ୍ରତି ମାସରେ ଇଏମଆଇ ଉପରେ ଅଧିକ ଟାକ୍ସ ଦେବାକୁ ପଡ଼ିବ, ଯାହାଦ୍ୱାରା ଏହା ବଜେଟ୍ ଉପରେ ପ୍ରଭାବ ପକାଇବ ।