ଶସ୍ତା ହେଉଛି ଘର ! ରିୟଲ ଇଷ୍ଟେଟ ଉପରେ ପଡିଛି ବିମୁଦ୍ରାକରଣ ଓ ଜିଏସଟି ପ୍ରଭାବ

38

କନକ ବ୍ୟୁରୋ : ବିମୁଦ୍ରାକରଣ ଓ ଜିଏସଟି ମାଡ ପଡିଛି ରିୟଲ ଇଷ୍ଟେଟ୍ ଉପରେ । ସାରା ଦେଶର ବଡ଼ ବଡ଼ ସହରରେ ଘରର ଦାମ କମିବାରେ ଲାଗିଛି । ସେହିପରି ବଡ଼ ଘରର ଚାହିଦା ମଧ୍ୟ ଗତ ବର୍ଷ ତୁଳନାରେ କମିଯାଇଛି । ତେବେ ୫୦ ଲକ୍ଷ ଟଙ୍କା ଭିତରେ ଥିବା ଘରର ଚାହିଦା ବଢିଛି ।

houseଆପଣ ମୁମ୍ବାଇ, ଦିଲ୍ଲୀ ଓ ପୁନେ ଭଳି ସହରରେ ଘର କିଣିବାକୁ ଚାହୁଁଛନ୍ତି କି? ତେବେ ଆପଣଙ୍କ ପାଇଁ ଏବେ ସୁବର୍ଣ୍ଣ ସୁଯୋଗ । କାରଣ ଦେଶର ସବୁ ପ୍ରମୁଖ ସହରଗୁଡିକରେ ଘରର ଦାମ ଗତ ବର୍ଷ ତୁଳନାରେ ହ୍ରାସ ପାଇଛି । ନୋଟ୍ ବନ୍ଦୀ, ଜିଏସଟି ଓ ନୂଆ ରେରା ଆଇନ କାର୍ଯ୍ୟକାରୀ ହେବା ଯୋଗୁଁ ସାରା ଦେଶରେ ଘରର ଦାମ ଶସ୍ତା ହେବାରେ ଲାଗିଛି । ଗତବର୍ଷ ଘର ଦାମର ଦାମ ଯାହା ଥିଲା, ହାରାହାରି ୩ ପ୍ରତିଶତ କମିଯାଇଥିବା ଜଣାପଡ଼ିଛି । ରିଅଲ୍ ଇଷ୍ଟେଟ୍ କନସଲଟାଂଟ୍ ଫାର୍ମ “ନାଇଟ୍ ଫ୍ରାଙ୍କ୍’ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି । ଦେଶର ବଡ଼ ବଡ଼ ସହରରେ ୨୦୧୬ ତୁଳନାରେ ୨୦୧୭ ମସିହାରେ ଘର ଦାମ ଏଭଳି କମିଥିବା ପରିଲକ୍ଷିତ ହୋଇଛି । ପୁନେରେ ଘର ଦାମ ସର୍ବାଧିକ ୭ ପ୍ରତିଶତ କମିଥିବା ବେଳେ ମୁମ୍ବାଇରେ ୫ ପତିଶତ କମିଯାଇଛି । ଚାହିଦା କମିଥିବାରୁ ଘରର ବିକ୍ରି ମଧ୍ୟ ହ୍ରାସ ପାଇଛି ।

ଗୋଟିଏ ପଟେ ଦାମୀ ଘର ପାଇଁ ଲୋକ ଆଗ୍ରହ ଦେଖାଉନାହାନ୍ତି, ଅନ୍ୟପଟେ ୫୦ ଲକ୍ଷ ଟଙ୍କା ତଳକୁ ଥିବା ଘରର ଚାହିଦା ବର୍ଷକ ମଧ୍ୟରେ ବୃଦ୍ଧି ପାଇଛି । ସର୍ଭେ ରିପୋର୍ଟ କହୁଛି ବେଙ୍ଗାଲୁରୁରେ ଘରର ଚାହିଦା ସର୍ବାଧିକ ୨୬ ପ୍ରତିଶତ କମିଯାଇଛି । ସେହଭଳି ଦିଲ୍ଲୀରେ ୬ ପ୍ରତିଶତ ଓ ଚେନ୍ନାଇ ୨୦ ପ୍ରତିଶତ ଚାହିଦା କମିଛି । ତେବେ ମହାରାଷ୍ଟ୍ର ଭଳି ଯେଉଁ ରାଜ୍ୟରେ ରେରା ଆଇନକୁ କଡ଼ାକଡ଼ି କରାଯାଇଛି, ସେଠାରେ ଗ୍ରାହକଙ୍କ ବିଶ୍ୱାସ ବଢ଼ିଛି ଓ ନୂଆ ଘର ବିକ୍ରି ବି ବଢ଼ିଛି । ମୁମ୍ବାଇରେ ବିକ୍ରି ୩ ପ୍ରତିଶତ ବଢ଼ିଥିବା ବେଳେ ପୁନେରେ ବିକ୍ରି ୫ ପ୍ରତିଶତ ବଢ଼ିଯାଇଛି । ତେବେ ୫୦ ଲକ୍ଷ ଟଙ୍କା ତଳକୁ ବଜେଟ୍ ଭିତରେ ଥିବା ଫ୍ଲାଟ୍ ଓ ଘରର ବିକ୍ରି ୩୦ ପ୍ରତିଶତ ବଢ଼ିଯାଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳୁଥିବା ସବ୍ସିଡି କାରଣରୁ ଏଭଳି ଚାହିଦା ବଢ଼ିଥିବା ସର୍ଭେ ରିପୋର୍ଟରୁ ଜଣାପଡିଛି ।