ଜିଏସଟିରେ କେଉଁ ସାମଗ୍ରୀ ହେଲା ଶସ୍ତା ! ଜାଣନ୍ତୁ ପୁରା ତାଲିକା ।

65

ଜିଏସଟି ଲାଗୁ ହେବା ପରେ ପ୍ରତ୍ୟେକଟି ଜିନିଷର ଦରଦାମ ବୃଦ୍ଧି ହୋଇଯାଇଥିଲା । ବଡ ଜିନିଷ ଠାରୁ ଆରମ୍ଭ କରି ଛୋଟ ଛୋଟ ଜିନିଷ ଗୁଡିକର ମଧ୍ୟ ଦରଦାମ ବୃଦ୍ଧି ପାଇଥିଲା । ଯାହାଫଳରେ ଗ୍ରାହକ ମାନେ ଜିନିଷ କିଣିବା ବେଳେ ଅସନ୍ତୋଷ ପ୍ରକାଶ କରୁଥିଲେ । କିନ୍ତୁ ଏବେ ଜିନିଷ କିଣିବା ବେଳେ ଗ୍ରାହକମାନଙ୍କୁ ଅସନ୍ତୁଷ୍ଟ ହେବାକୁ ପଡିବ ନାହିଁ । ସରକାର ଏବେ କିଛି ଜିନିଷ ଉପରୁ ଜିଏସଟିକୁ କମ କରିଦେଇଥିବା ବେଳେ ଆଉ କିଛି ଜିନିଷ ଉପରୁ ଜିଏସଟିକୁ ସମ୍ପୁର୍ଣ୍ଣ ଉଠାଇ ଦେଇଛନ୍ତି ।

ଗତ ଶନିବାର ଦିନ ଅର୍ଥ ମନ୍ତ୍ରୀ ପିୟୁଶ ଗୋଏଲଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏକ କାଉଂସିଲିଙ୍ଗ ବୈଠକରେ କିଛି ଜିନିଷ ଉପରୁ ଜିଏସଟିକୁ ହାଟାଇବା ପାଇଁ ଆଲୋଚନା କରାଯାଇଥିଲା । ଗତ ଏକ ବର୍ଷ ହେବ ଜିଏସଟିକୁ ଉଠାଇବାକୁ ଚେଷ୍ଟା କରାଯାଉଥିବା ବେଳେ ଏବେ ଏହା ସମ୍ଭବ ହୋଇପାରିଛି । ପରେ ସରକାର ପ୍ରାୟ ୮୮ ଟି ବସ୍ତୁ ଉପରୁ ଜିଏସଟିକୁ କମାଇ ଦେଇଛନ୍ତି ।
ଜିଏସଟି କମ କରିବା ପରେ ସସ୍ତା ହୋଇଛି ଏହି ସବୁ ଜିନିଷ ।

ସରକାର କିଛି ଜିନିଷ ଉପରୁ ଜିଏସଟିକୁ କମାଇ ୨୮ ପ୍ରତିଶତରୁ ୧୮ ପ୍ରତିଶତ କରିଦେଇଛନ୍ତି । ଯେପରିକି ଟିଭି, ଫ୍ରିଜ, ୱାସିଂ ମେସିନ, ସାନିଟାରୀ ନାପକିନ, ୧ ହଜାର ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଥିବା ଜୋତା ଏବଂ ଚପଲ, ୱାଟର କୁଲର, ଆଇସକ୍ରିମ ଫ୍ରିଜ ଏହି ସବୁ ଇଲୋକ୍ଟ୍ରୋନିକ ଜିନିଷ ଉପରେ ଜିଏସଟି କମିଥିବା ବେଳେ ଲେଦର ଇଷ୍ଟ୍ରିରେ ଯୋଡି ହୋଇଥିବା ରେଫ୍ରିଜରେଟର ଉପକରଣ ବାର୍ନିସ, ପୁଟି, ରେସିନ ସିମେଣ୍ଟ, ଲିଥିୟମ ବ୍ୟାଟ୍ରି, ସେଣ୍ଟ ସ୍ପ୍ରେ ଇତ୍ୟାଦି ଭଳି ଜିନିଷ ଉପରେ ଜିଏସଟିକୁ କମାଇଦିଆଯାଇଛି ।

ଜିଏସଟି ମୁକ୍ତ ହୋଇଥିବା ଜିନିଷ ।

ଷ୍ଟୋନ, ମାର୍ବଲ ଏବଂ କାଠରେ ତିଆରି କରାଯାଇଥିବା ଦେବା ଦେବୀଙ୍କ ମୁର୍ତ୍ତି, ରାକ୍ଷୀ, ସାନିଟାରି ନାପକିନ, ଫୁଳ ଝାଡୁ, ଖଲି, କିରୋସିନ ଷ୍ଟୋପ, ହ୍ୟାଣ୍ଡ ବ୍ୟାଗ ଏବଂ ଜୋଏଲେରି ବକ୍ସ ଭଳି ଅନେକ ଛୋଟ ଛୋଟ ଜିନିଷ ଉପରୁ ଜିଏସଟିକୁ ହଟାଇ ଦିଆଯାଇଛି । ଏଥିସହିତ ଏକ ହାଜାର ଟଙ୍କା ପର୍ଯ୍ୟନ୍ତ ଜୋତା, ବ୍ୟାକୁମ କ୍ଲିନର ଉପରେ ଲାଗୁଥିବା କରକୁ ସରକାର ଉଠାଇଦେଇଛନ୍ତି ।