ଜିଏସଟି : ଆଜିଠାରୁ କମିବ ଏହି ଉପକରଣର ଦାମ୍ ! ଦେଖନ୍ତୁ ପୁରା ଲିଷ୍ଟ୍ ।

53

ଜିଏସଟି ପରିଷଦ ତରଫରୁ ପୂର୍ବ ସପ୍ତାହରେ ହୋଇଥିବା ବୈଠକରେ ୮୫ ଟି ଉପକରଣର ଜିଏସଟି ରେଟକୁ ବଦଳାଇ ଦିଆଯାଇଥିଲା । ତେବେ ଜିଏସଟି ରେଟରେ ହୋଇଥିବା ଏହି ଉପକରଣର ରିହାତି ଆଜିଠାରୁ ଲାଗୁ ହେବାକୁ ଯାଉଛି । ଏହାର ଅର୍ଥ ଏହା ଯେ ଶୁକ୍ରବାର ଠାରୁ ୱାସିଙ୍ଗ୍ ମେସିନ୍,ଫ୍ରିଜ୍ ଏବଂ ଟି.ଭି. ଭଳି ଅନ୍ୟ କେତେକ ଉପକରଣ ଏବେ ଶସ୍ତା ଦାମରେ ଉପଲବ୍ଧ ହେବ ।

ବୈଠକରେ ଜିଏସଟି ପରିଷଦ ୩୫ ଟି ଉପକରଣରୁ ୨୮ ପରିଷଦ ଟ୍ୟାକ୍ସ ସ୍ଲେବରୁ ବାହାର କରିଥିଲେ । ତେବେ ଆଜିଠାରୁ ଜିଏସଟି ପରିଷଦ ଦ୍ୱାରା ନିର୍ଣ୍ଣୟ ନିଆଯାଇଥିବା ନୂତନ ରେଟ୍ ଲାଗୁ ହୋଇଯିବ । ଏବେ ପ୍ରତ୍ୟେକ ଦୋକାନୀଙ୍କୁ ନୂତନ ଦାମରେ ଉପକରଣ ବିକ୍ରି କରିବାକୁ ପଡିବ । ଯଦି କେହି ଆପଣଙ୍କ ସହ ଠକାମି କରିବାକୁ ଚେଷ୍ଟା କରୁଛନ୍ତି ତେବେ ଆପଣ ଉକ୍ତ ଦୋକାନୀ ନାଁରେ ପୋଲିସ୍ କେସ୍ କରିପାରିବେ ।

 

ଫୁଡ୍ ଗ୍ରାଇଣ୍ଡର,ଲିଥିୟମ୍ ଆୟନ୍ ବ୍ୟାଟେରୀ,ଭ୍ୟାକୁମ୍ କ୍ଲିନର୍,ହେଡ୍ ଡ୍ରାୟର ଉପରେ ୧୮ ପ୍ରତିଶତ ଟ୍ୟାକ୍ସ ଲାଗିବ । ପୂର୍ବରୁ ଏହା ଉପରେ ୨୮ ପ୍ରତିଶତ ଟ୍ୟାକ୍ସ ଲାଗୁଥିଲା । ଯାହାର ଦାମ୍ ୧୦୦୦ ଟଙ୍କାରୁ କମ୍ ଥିଲା । ଏବେ ଏହି ଉପକରଣ ଉପରେ ୫ ପ୍ରତିଶତ ଜିଏସଟି ଲାଗିବ । ଏହା ପୂର୍ବରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ଥିବା ଜୋତାର ଦାମ୍ ଉପରେ ଏହି ଦର ଲାଗୁ ହେଉଥିଲା ।

ପ୍ରସ୍ତର ମୂର୍ତ୍ତି,ରାକ୍ଷୀ,ମାର୍ବଲ,କାଠ ଯାହା ଉପରେ ରତ୍ନ କିମ୍ବା ଅନ୍ୟ କୌଣସି ଧାତୁ ବ୍ୟବହାର ହୋଇନଥିବ ଏହି ଦ୍ରବ୍ୟଗୁଡିକ ଆଜିଠାରୁ ଶସ୍ତା ହୋଇଯିବ ।

ଆଜିଠାରୁ ଶସ୍ତା ହେବ ଏହି ଉପକରଣ :

୧ . ସେନିଟାରୀ ନାପକିନ୍

୨ . ରେଫ୍ରିଜିରେଟର୍

୩ . ୱାସିଙ୍ଗ୍ ମେସିନ୍

୪ . ଛୋଟ ସ୍କ୍ରିନ୍ ଟି.ଭି.

୫ . ଷ୍ଟୋରେଜ୍ ୱାଟର୍ ହିଟର୍

୬ . କାନ୍ଥରେ ଲାଗୁଥିବା ପେଣ୍ଟ୍ ବା ରଙ୍ଗ

୭ . ଫୁଡ୍ ଗ୍ରାଇଣ୍ଡର

୮ . ଲିଥିୟମ୍ ଆୟନ୍ ବ୍ୟାଟେରୀ

୯ . ଭ୍ୟାକୁମ୍ କ୍ଲିନର୍

୧୦ . ହେଡ୍ ଡ୍ରାୟର

୧୧ . ଫୁଟ୍ ଓୟାର

୧୨ . କ୍ଷୀର

୧୩ . ପ୍ରସ୍ତର , ମାର୍ବଲ ଏବଂ କାଠରୁ ତିଆରି ମୂର୍ତ୍ତି

୧୪ . ରାକ୍ଷୀ (ଯେଉଁଥିରେ ରତ୍ନ ଯୋଡା ହୋଇନଥିବ)

୧୫ . ଝାଡୁ

୧୬ . ଶାଳପତ୍ର

୨୮ ପ୍ରତିଶତ କମ୍ ଜିଏସଟି ପ୍ରାପ୍ତ ଉପକରଣ :

୧ . ସିମେଣ୍ଟ

୨ . ଅଟୋମୋବାଇଲ୍ ପାର୍ଟସ୍

୩ . ଟାୟର

୪ . ଅଟୋମୋବାଇଲ୍ ଉପକରଣ

୫ . ମୋଟର ଚକ

୬ . ଏୟାରକ୍ରାଫ୍ଟ

୭ . ତମାଖୁ ,ସିଗାରେଟ୍,ପାନ ମସାଲା

୮ . ବେଟିଙ୍ଗ୍

୯ . ସଫ୍ଟ ଡ୍ରିଙ୍କ୍ (ଥଣ୍ଡା ପାନୀୟ)

୧୦ . ଜାହାଜ