ମହିଳାଙ୍କ ହିତରେ ମୋଦି ସରକାର : ଜିଏସଟି କାଉନସିଲ ବୈଠକରେ ହୋଇଥିବା ନିଷ୍ପତ୍ତିରେ ମିଳିଲା ସଙ୍କେତ

31

କନକ ବ୍ୟୁରୋ : ମୋଦି ସରକାର ମହିଳାଙ୍କ ହିତ ପାଇଁ ଅନେକ ଯୋଜନାର ଉପସ୍ଥାପନ କରୁଛନ୍ତି । ନିକଟରେ କେନ୍ଦ୍ର ସରକାର ତିନ ତଲାକ ବିଲ ଉପରେ ମୁସଲମାନ୍ ମହିଳାଙ୍କୁ ଏକ ବଡ଼ ଅସ୍ତ୍ର ପ୍ରଦାନ କରିଛନ୍ତି । ଅନ୍ୟପଟେ ମହିଳାଙ୍କ ଅଧିକାର ପାଇଁ ନିକାହ ହଲାଲା ଓ ବହୁ ବିବାହ ଉପରେ ମଧ୍ୟ ଶୁଣାଣି ଚାଲିଛି । ତେବେ ମୋଦି ସରକାର ନିକଟରେ ସାନିଟାରି ନାପକିନକୁ ଜିଏସଟି ମୁକ୍ତି କରିଛନ୍ତି ।

image courtesy – m.dailyhunt.in

ସୂଚନା ଅନୁସାରେ ଶନିବାର ଦିନ ଜିଏସଟି କାଉନସେଲିଂ ବୈଠକରେ ମହିଳାଙ୍କ ହିତ ପାଇଁ ଅନେକ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ସାନଟାରି ନାପକିନକୁ ଜିଏସଟି ମୁକ୍ତ କରାଯାଇଛି । ପୂର୍ବରୁ ଏଥିରେ ୧୨ ପ୍ରତିଶତ ଜିଏସଟି ଲଗାଯାଇଥିଲା । କେବଳ ଏତିକି ନୁହେଁ କାଉନସିଲ ବୈଠକରେ ଭାଇ-ଭଉଣୀଙ୍କ ପବିତ୍ର ସମ୍ପର୍କର ପର୍ବ ରାକ୍ଷୀପୂର୍ଣ୍ଣମାକୁ ଧ୍ୟାନରେ ରଖି ରାକ୍ଷୀକୁ ମଧ୍ୟ ଜିଏସଟି ମୁକ୍ତ କରିଛନ୍ତି । ଏହା ବ୍ୟତୀତ ମହିଳାଙ୍କ ଜୁଏଲାରୀ, ହେୟାର ଡାୟର, ପରଫ୍ୟୁମ ଓ ହ୍ୟାଣ୍ଡବ୍ୟାଗ ମଧ୍ୟ ଉପରେ ମଧ୍ୟ  ଜିଏଟିରେ ରିହାତି ଦିଆଯାଇଛି । ଏହି ସାମଗ୍ରୀ ଗୁଡ଼ିକ ପୂର୍ବରୁ ୨୮ ପ୍ରତିଶତ ଜିଏସଟି ଅନ୍ତର୍ଭୁକ୍ତ ଥିଲା, ଯାହା ଏବେ ୧୮ ପ୍ରତିଶତ କରିଦିଆଯାଇଛି । ଯାହା ଫଳରେ ଏହି ସାମଗ୍ରୀ ଗୁଡ଼ିକ ଉପରେ ୧୦ ପ୍ରତିଶତ କମ ହୋଇଛି ଜିଏଟି ।

source : Gaon Connection

ତେବେ ସାନିଟାରି ନାପକିନକୁ ଜିଏସଟି ମୁକ୍ତ କରିବା ନଷ୍ପତ୍ତିକୁ ବଲିଉଡ଼୍ ଅଭିନେତା ଅକ୍ଷୟ କୁମାର ସ୍ୱାଗତ କରିଛନ୍ତି । ସେ ତାଙ୍କ ଟ୍ୱିଟର ଆକାଉଂଟରେ ଲେଖିଛନ୍ତି,ଦେଶର ମିହଳାମାନେ ଏ ନିଷ୍ପତ୍ତି ଶୁଣି ନିହାତି ଖୁସିହେବେ । ଆଉ ମୁଁ ମଧ୍ୟ ଏଥିପାଇଁ ବହୁତ ଖୁସି ।