ଟି.ଭି,ଫ୍ରିଜ୍ ଏବଂ ୱାସିଙ୍ଗ୍ ମେସିନ୍ ହେଲା ଶସ୍ତା ! ଜାଣନ୍ତୁ କ’ଣ ରହିଛି ଜିଏସଟି କାଉନସିଲଙ୍କ ୧୦ ଟି ବଡ ପଦକ୍ଷେପ ।

50

କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟଲଙ୍କ ଅଧ୍ୟକ୍ଷତାରେ ଶନିବାର ଜିଏସଟି କାଉନସିଲର ୨୮ ତମ ବୈଠକ ସମ୍ପନ୍ନ ହୋଇସାରିଛି । ଏହି ବୈଠକରେ ଖୁବ୍ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପରେ ଆଲୋଚନା ହେଲା । କିନ୍ତୁ କାଉନସିଲର ସବୁଠାରୁ ବଡ ଆଲୋଚନା ସାନିଟାରୀ ନାପକିନ୍ ଏବଂ ଘରୋଇ ଉପକରଣକୁ ନେଇ ହୋଇଥିଲା । ତେବେ ଆସନ୍ତୁ ଜାଣିବା ବୈଠକର ୧୦ ଟି ଗୁରୁତ୍ୱପୂର୍ଣ୍ଣ ତଥ୍ୟ କ’ଣ ।

୧. ଜିଏସଟି ବୈଠକର ସବୁଠାରୁ ବଡ ଆଲୋଚନା ସାନିଟାରୀ ନାପକିନକୁ ନେଇ ହୋଇଥିଲା । ଏବେ ପର୍ଯ୍ୟନ୍ତ ୧୨ ପ୍ରତିଶତ ସାନିଟାରୀ ନାପକିନ ଉପରେ ଥିବା ଟ୍ୟାକ୍ସକୁ ଟ୍ୟାକ୍ସ ଫ୍ରି କରାଯାଇଛି ।

୨. ଅନ୍ୟପକ୍ଷରେ ଘରୋଇ ଉପକରଣର ୧୭ ଟି ଆଇଟମ୍ ଉପରୁ ୨୮ ପ୍ରତିଶତ ଜିଏସଟି ହଟିଯାଇଛି । ଏଥିରେ ୱାସିଙ୍ଗ୍ ମେସିନ୍, ଟି.ଭି (୨୫ ଇଞ୍ଚ୍ ଭିତରେ)ଫ୍ରିଜ୍ ,ଭିଡିଓ ଗେମ୍,ବାକ୍ୟୁମ୍ କ୍ଲିନର,ଜୁସ୍ ମିକ୍ସଚର,ଗ୍ରାଇଣ୍ଡର,ସାୱର ଏବଂ ହେୟାର୍ ଡ୍ରାୟର,ୱାଟର କୁଲର,ଲିଥିୟନ୍ ଆୟନ୍ ବେଟ୍ରି ଏବଂ ଆଇରନ୍ ଭଳି ଉପକରଣ ଏଥିରେ ସାମିଲ୍ ଅଛି । ତେବେ ଏହି ସବୁ ଉପକରଣକୁ ୧୮ ପ୍ରତିଶତ ଜିଏସଟିରୁ କମ୍ ରଖାଯାଇଛି ।

୩. ଜିଏସଟି କାଉନସିଲ ପକ୍ଷରୁ ବ୍ୟବସାୟୀଙ୍କ ପାଇଁ ମଧ୍ୟ ବଡ ପଦକ୍ଷେପ ନିଆଯାଇଛି । ଏଥି ଅନୁଯାୟୀ ୫ କୋଟି ଟଙ୍କା ଟର୍ଣ୍ଣଓଭର ଟ୍ରେଡର୍ସଙ୍କୁ ପ୍ରତି ମାସରେ ରିଟର୍ଣ୍ଣ ଦେବାକୁ ପଡିବ ନାହିଁ ।

୪. ଜିଏସଟି କାଉନସିଲ ପକ୍ଷରୁ ବ୍ୟବସାୟୀଙ୍କ ପାଇଁ ରିଟର୍ଣ୍ଣ ଫାଇଲିଙ୍ଗ୍ ପ୍ରକ୍ରିୟାକୁ ଆହୁରି ସରଳ କରି ଦିଆଯାଇଛି ।

୫. ପେଣ୍ଟ୍ ,ୱାଲ୍ ପୁଟ୍ଟି,ୱାର୍ଣ୍ଣିସ୍ ଭଳି ରଙ୍ଗରୁ ୧୦ ପ୍ରତିଶତ କମ୍ କରାଯାଇଛି । ଏହା ଉପରେ ୨୮ ପ୍ରତିଶତ ବଦଳରେ ଏବେ ମାତ୍ର ୧୮ ପ୍ରତିଶତ ଟ୍ୟାକ୍ସ ଲାଗିବ ।

୬. ୧୦୦୦ ଟଙ୍କାର ଜୋତା ଉପରେ ୫ ପ୍ରତିଶତ ଟ୍ୟାକ୍ସ ଲାଗିବ । ଏହାର ଅର୍ଥ ଜୋତାର ଦାମ୍ ଏବେ କମ୍ ଆସିବ ।

୭. ପେଟ୍ରୋଲ ୍ ଏବଂ ଡିଜେଲରେ ମିଶାଯାଉଥିବା ଏଥେନାଲ୍ ଅଏଲକୁ ନେଇ କାଉନସିଲରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ଏହି ପଦକ୍ଷେପ ଅନୁସାରେ ଆଖୁ କିମ୍ବା ଅନ୍ୟ ଫସଲରୁ ବାହାରୁଥିବା ଏଥେନାଲ୍ ଅଏଲ ଏବେ ୫ ପ୍ରତିଶତ କମ୍ ଟ୍ୟାକ୍ସ ଭିତରେ ଆସିବ ।

୮. ବାଉଁଶ ଫ୍ଲୋରିଙ୍ଗରେ ଏବେ ୧୨ ପ୍ରତିଶତ ଟ୍ୟାକ୍ସ ଲାଗିବ । ଅନ୍ୟପକ୍ଷରେ ହ୍ୟାଣ୍ଡିକେପ୍ଟ ଆଇଟମ୍ ଉପରେ ମଧ୍ୟ ୧୨ ପ୍ରତିଶତ ଜିଏସଟି ଲାଗିବ ।

୯. ହ୍ୟାଣ୍ଡବ୍ୟାଗ୍,ଗହଣା ବାକ୍ସ,ପେଣ୍ଟିଙ୍ଗ୍ ବାକ୍ସ, ଡିଜାଇନ୍ କାଚ ଗ୍ଲାସ୍, ଡିଜାଇନର ଆଇନା ଏବଂ ହାତ ତିଆରି ଲ୍ୟାମ୍ପକୁ ୧୨ ପ୍ରତିଶତ ଜିଏସଟି ଟ୍ୟାକ୍ସ ପରିସରଭୁକ୍ତ କରାଯାଇଛି ।

୧୦. ୟୁରିଆ ଉପରେ ୫ ପ୍ରତିଶତ ଟ୍ୟାକ୍ସ ଲାଗିବ ।