ଡିଜିଟାଲ୍ ପେମେଣ୍ଟରେ ମିଳିବ କ୍ୟାସବ୍ୟାକ୍ ! ଜିଏସଟି କାଉନସିଲ୍ ନେଲା ଦୁଇଟି ବଡ ନିଷ୍ପତି ।

34

ଯଦି ଆପଣ ଭୀମ୍ ଆପ୍ କିମ୍ବା କାର୍ଡରେ ପେମେଣ୍ଟ କରୁଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର । କାର୍ଡରେ ପେମେଣ୍ଟ କଲେ ଏବେ ୨୦ ପ୍ରତିଶତ କ୍ୟାସବ୍ୟାକ୍ ମିଳିବ । ଜିଏସଟି କାଉନସିଲର ୨୯ ତମ ବୈଠକରେ ଏହି ନିଷ୍ପତି ନିଆଯାଇଛି । ବୈଠକ ପରେ କାଉନସିଲ ସଦସ୍ୟ ସୁଶୀଲ୍ ମୋଦି କହିଛନ୍ତି ଯେ ଡିଜିଟାଲ୍ ଟ୍ରାନଜାକସନକୁ ବଢାଇବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ଏହି କ୍ୟାସବ୍ୟାକ୍ ୧୦୦ ଟଙ୍କା ମଧ୍ୟରେ ହେବ ।

୨୮ ତମ ବୈଠକରେ ନିଆଯାଇଥିଲା ବଡ ନିଷ୍ପତି : ଜିଏସଟିର ୨୮ ତମ ବୈଠକରେ ବହୁ ବଡ ବଡ ନିଷ୍ପତି ନିଆଯାଇଥିଲା ଯେଉଁଥିରେ ୧୨ ପ୍ରତିଶତ ଜିଏସଟି ସ୍ଲେବରେ ଥିବା ସେନେଟାରୀ ନାପକିନକୁ ଟ୍ୟାକ୍ସ ଫ୍ରି କରି ଦିଆଯାଇଥିଲା । ଅନ୍ୟପକ୍ଷେ ଘରୋଇ ଉପକରଣର ୧୭ ଆଇଟମ୍ସକୁ ୨୮ ପ୍ରତିଶତ ଜିଏସଟି ସ୍ଲେବରୁ ହଟାଇ ଦିଆଯାଇଥିଲା । ଏଥିରେ ୱାସିଙ୍ଗ୍ ବେସିନ୍ ,ଫ୍ରିଜ୍, ଜୁସ୍ ଗ୍ରାଇଣ୍ଡର,ମିକ୍ସଚର,ୱାଟର କୁଲର୍,ହେୟର୍ ଡ୍ରାୟର୍,ଗ୍ରାଇଣ୍ଡର,ଲିଥିୟମ୍ ଆଦି ଅନେକ ସାମଗ୍ରୀ ସାମିଲ୍ ଥିଲା ।