ଜିଏସଟି କାଉନସିଲରେ ସ୍ଥିର ହେଲା ନୂଆ ଟିକସ ! ଦେଖନ୍ତୁ କେଉଁ ଦ୍ରବ୍ୟ ଉପରେ ଦେବେ କେତେ ସେବା କର

37

କନକ ବ୍ୟୁରୋ : ଦ୍ରବ୍ୟ ଓ ସେବା କର ନେଇ ଚାଲିଥିବା କାଉନସିଲ୍ ବୈଠକରେ ଧାର୍ଯ୍ୟ ହେଲା ନୂଆ ଟିକସ । ସୁନା, ହୀରା, ଜୋତା, ରେଡିମେଟ୍ ପୋଷାକ, ବୟନଶିଳ୍ପ ଉତ୍ପାଦ, ବିଡି-ସିଗାରେଟ୍ ଉପରେ ଆଜି କାଉନସିଲ୍ ବୈଠକରେ ନୂଆ ଜିଏସଟି ଧାର୍ଯ୍ୟ ହୋଇଥିବା ନେଇ ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ଅରୁଣ ଜେଟଲି । ସୁନା ଏବଂ ହୀରା ଉପରେ ୩ ପ୍ରତିଶତ ଦ୍ରବ୍ୟ ଓ ସେବା କର ଲାଗୁ ନେଇ ଚୁଡାନ୍ତ ନିଷ୍ପତି ହୋଇଛି । ରେଡିମେଟ୍ ପୋଷାକ ଉପରେ ୧୨ ପ୍ରତିଶତ ଜିଏସଟି, ୫ଶହ ଟଙ୍କାରୁ କମ୍ ଜୋତ ଉପରେ ୫ ପ୍ରତିଶତ ଜିଏସଟି, ୫ଶହରୁ ଅଧିକ ଟଙ୍କା ଉପରେ ୧୮ ପ୍ରତିଶତ ଜିଏସଟି ଲାଗୁ ନେଇ ନିଷ୍ପତି ହୋଇଛି ।

ବିସ୍କୁଟ୍ ଉପରେ ୧୮ ପ୍ରତିଶତ, କୃଷି ଯନ୍ତ୍ରପାତୀ ଉପରେ ୫ ପ୍ରତିଶତ, ମୁଣ୍ଡରେ ଲଗାଇବା ତେଳ, ଟୁଥପେଷ୍ଟ ଏବଂ ସାବୁନ ଉପରେ ୧୮ ପ୍ରତିଶତ ଦ୍ରବ୍ୟ ଓ ସେବା କର ଲାଗୁ ନେଇ ନିଷ୍ପତି ହୋଇଛି । ଟେଲିକମ୍ ଏବଂ ଫାଇନାଲ ସେବା କ୍ଷେତ୍ର ଉପରେ ୧୮ ପ୍ରତିଶତ ଜିଏସଟି ଲାଗୁ ନେଇ ନିଷ୍ପତି ହୋଇଛି । ତେବେ ବିଡି ଓ ସିଗାରେଟ୍ ଉପରେ ସବୁଠୁ ଅଧିକ ୨୮ ପ୍ରତିଶତ ଜିଏସଟି ଲାଗୁ ହେବ । ଆସନ୍ତା ମାସ ୧ ତାରିଖରୁ ଏହି ନୂଆ ଟିକସ ବ୍ୟବସ୍ଥା ଲାଗୁ ରହିବା ନେଇ ନିଷ୍ପତି ନେଇଛନ୍ତି ସରକାର ।