ଜିଏସଟିକୁ ହେଲା ବର୍ଷେ : କେନ୍ଦ୍ର ଦେଲା ଲାଭ-କ୍ଷତିର ହିସାବ । ପ୍ରଧାନମନ୍ତ୍ରୀ କହିଲେ, କାରବାର ହେଲା ସୁଗମ

77

କନକ ବ୍ୟୁରୋ: ଦେଶର ସବୁଠୁ ବଡ଼ ବଡ଼ ଆର୍ଥିକ ସଂସ୍କାର କୁହାଯାଉଥିବା ଜିଏସଟିକୁ ବର୍ଷେ ପୁରିଛି । କେନ୍ଦ୍ର ସରକାର ଜୁଲାଇ ୧କୁ ଜିଏସଟି ଦିବସ ଭାବେ ପାଳନ କରୁଛନ୍ତି । ଏହି ଅବସରରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଯୋଗଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ । କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲି କହିଛନ୍ତି ଜିଏସଟି ଲାଗୁ ଯୋଗୁଁ ଦେଶର ଅର୍ଥନୀତିରେ ସୁଧାର ଆସିଛି । ଟିକସ ଦାତାଙ୍କ ସଂଖ୍ୟା ମଧ୍ୟ ବଢିଛି । ଅନ୍ୟପଟେ କଂଗ୍ରେସ କହିଛନ୍ତି ଜିଏସଟି ଦ୍ୱାରା ସାଧାରଣ ଲୋକଙ୍କ କିଛି ଲାଭ ହୋଇନାହିଁ । ସେହିପରି ବ୍ୟବସାୟୀଙ୍କ ପାଇଁ ଜିଏସଟି ଏକ ଖରାପ ସ୍ୱପ୍ନ ଭଳି ବୋଲି କହିଛନ୍ତି କଂଗ୍ରେସ ନେତା ପି ଚିଦାମ୍ବରମ୍ ।

ଦ୍ରବ୍ୟ ଓ ସେବା କର ବା ଜିଏସଟି ଗତବର୍ଷ ଜୁନ୍ ୩୦ ଓ ଜୁଲାଇ ୧ ତାରିଖ ମଧ୍ୟ ରାତିରେ ଲାଗୁ ହୋଇଥିଲା । ସଂସଦର ସେଂଟ୍ରାଲ ହଲରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ଜିଏସଟିକୁ ଲାଗୁ କରାଯାଇଥିଲା । ଜିଏସଟି ବ୍ୟବସ୍ଥାକୁ ମୁଖ୍ୟତଃ ୫ ଥାକିଆ କରାଯାଇଛି । ଶୂନ ପ୍ରତିଶତ, ୫ ପ୍ରତିଶତ, ୧୨ ପ୍ରତିଶତ, ୧୮ ପ୍ରତିଶତ ଏବଂ ୨୮ ପ୍ରତିଶତ କରି ଦ୍ରବ୍ୟ ଉପରେ ଟିକସ ଲାଗୁ ହେଉଛି । ସାଧାରଣ ଲୋକ ବ୍ୟବହାର କରୁଥିବା ଅନେକ ସାମଗ୍ରୀକୁ ଶୂନ ପ୍ରତିଶତ ଟିକସ ବର୍ଗରେ ରଖାଯାଇଛି । ସେହିପରି ୧୨୦ରୁ ଅଧିକ ସାମଗ୍ରୀ ଓ ଶତାଧିକ ସେବା ଉପରେ ୫ପ୍ରତିଶତରୁ ଆରମ୍ଭ କରି ୨୮ ପ୍ରତିଶତ ପର୍ଯ୍ୟନ୍ତ ଟିକସ ଲାଗୁ କରାଯାଇଛି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଜିଏସଟିର ଏହି ନୂଆ ନିୟମ ଦ୍ୱାରା ବିକାଶ, ସରଳତା ଏବଂ ପାରଦର୍ଶିତା ଲାଭ ହୋଇଛି । ରବିବାର ଟୁଇଟ କରି ମୋଦି କହିଛନ୍ତି ଯେ ଜିଏସଟି ବିକାଶ, ସରଳତା ଏବଂ ପାରଦର୍ଶିତା ନେଇ ଆସିଛି । ଏହା ସଂଗଠିତ କାରବାର ଏବଂ ଉତ୍ପାଦକତା ବୃଦ୍ଧିରେ ସହାୟକ ହେଉଛି । ମୋଦି ଆହୁରି ମଧ୍ୟ କହିଛନ୍ତି ଯେ କାରବାରକୁ ସୁଗମ କରି ଆଗକୁ ବଢିବାରେ ସହେଯାଗ କରୁଛି । ଏହାଦ୍ୱାରା ଲଘୁ ଏବଂ ମଧ୍ୟମ ଧରଣର ଉଦ୍ୟୋଦଗୁଡିକ ଲାଭବାନ ହେବେ । ଗତ ୨୪ଜୁନରେ ରେଡିଓରେ ମନ କି ବାତ କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଯେ ଏହି ନୂଆ ବ୍ୟବସ୍ଥା ହେଉଛି ଇମାନଦାରୀ କା ଉତ୍ସବ । ଯାହା ଦେଶରୁ ଇନ୍ସପେକ୍ଟର ରାଜକୁ ନିପାତ କରିଛି । ଗୋଟିଏ ଦେଶ ଗୋଟିଏ କର ବ୍ୟବସ୍ଥାକୁ ସଫଳତାର ସହ ଲାଗୁ କରିବାରେ ଯଦି ପ୍ରଥମେ କାହାକୁ ଶ୍ରେୟ ଦିଆଯିବା ପାଇଁ କୁହାଯାଏ ତେବେ ରାଜ୍ୟମାନଙ୍କୁ ଦେବି ବୋଲି କହିଥିଲେ ମୋଦି ।

ଜିଏସଟି ଲାଗୁହେବାର ବର୍ଷେ ପୁରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଜିଏସଟିର ଏହି ନୂଆ ନିୟମ ଦ୍ୱାରା ବିକାଶ, ସରଳତା ଏବଂ ପାରଦର୍ଶିତା ଲାଭ ହୋଇଛି । ରବିବାର ଟୁଇଟ କରି ମୋଦି କହିଛନ୍ତି ଯେ ଜିଏସଟି ବିକାଶ, ସରଳତା ଏବଂ ପାରଦର୍ଶିତା ନେଇ ଆସିଛି । ଏହା ସଂଗଠିତ କାରବାର ଏବଂ ଉତ୍ପାଦକତା ବୃଦ୍ଧିରେ ସହାୟକ ହେଉଛି । ମୋଦି ଆହୁରି ମଧ୍ୟ କହିଛନ୍ତି ଯେ କାରବାରକୁ ସୁଗମ କରି ଆଗକୁ ବଢିବାରେ ସହେଯାଗ କରୁଛି । ଏହାଦ୍ୱାରା ଲଘୁ ଏବଂ ମଧ୍ୟମ ଧରଣର ଉଦ୍ୟୋଦଗୁଡିକ ଲାଭବାନ ହେବେ । ଗତ ୨୪ଜୁନରେ ରେଡିଓରେ ମନ କି ବାତ କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଯେ ଏହି ନୂଆ ବ୍ୟବସ୍ଥା ହେଉଛି ଇମାନଦାରୀ କା ଉତ୍ସବ । ଯାହା ଦେଶରୁ ଇନ୍ସପେକ୍ଟର ରାଜକୁ ନିପାତ କରିଛି । ଗୋଟିଏ ଦେଶ ଗୋଟିଏ କର ବ୍ୟବସ୍ଥାକୁ ସଫଳତାର ସହ ଲାଗୁ କରିବାରେ ଯଦି ପ୍ରଥମେ କାହାକୁ ଶ୍ରେୟ ଦିଆଯିବା ପାଇଁ କୁହାଯାଏ ତେବେ ରାଜ୍ୟମାନଙ୍କୁ ଦେବି ବୋଲି କହିଥିଲେ ମୋଦି ।

ସେପଟେ ଜିଏସଟି ଘୋଷଣାର ଏକବର୍ଷ ପୂର୍ତି ଅବସରରେ କେନ୍ଦ୍ର ସରକାର ଜିଏସଟିରୁ ମିଳିଥିବା ଲାଭକୁ ନେଇ କେତେକ ଦାବି ରଖିଛନ୍ତି । କେନ୍ଦ୍ର ସରକାରଙ୍କ ମତରେ ଖୁଦ୍ର ଓ ମଧ୍ୟମ ଉଦ୍ୟୋଗ ଗୁଡିକ ପାଇଁ ସୁଯୋଗ ବୃଦ୍ଧି ପାଇଛି । ବ୍ୟବସାୟକୁ ଅଧିକ ସହଜ କରିବା ପାଇଁ ସୁବିଧା ହୋଇଛି । ଉତ୍ପାଦକତା ଓ ସ୍ୱଚ୍ଛତାରେ ଅଭିବୃଦ୍ଧି ଘଟିଛି । ଏଥିସହ ଗରିବ ଓ ମଧ୍ୟମ ବର୍ଗ ଲୋକମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ ମୁଲ୍ୟ ହ୍ରାସ ହୋଇଛି । ସେହିପରି ୧. ଜିଏସଟି ସହିତ ଏକ ବର୍ଷ ମଧ୍ୟରେ ସଂଯୁକ୍ତ ହୋଇଥିବା ଉଦ୍ୟୋଗ ଗୁଡିକର ସଂଖ୍ୟା-୪୮ ଲକ୍ଷ, ୨. ସ୍ୱାଧୀନତା ପରଠାରୁ ଜିଏସଟି ପ୍ରଚଳନ ପର୍ଯ୍ୟନ୍ତ ପଞ୍ଜିକୃତ ହୋଇଥିବା ଉଦ୍ୟୋଗମାନଙ୍କର ସଂଖ୍ୟା-୬୬ଲକ୍ଷ, ୩. ପ୍ରକ୍ରିୟାକୃତ ଇନଭଏସର ସଂଖା-ପ୍ରାୟ ୩୫୦ କୋଟି, ୪. ଋିଟର୍ଣ୍ଣ ଫାଇଲ ହୋଇଥିବା ସଂଖ୍ୟା-୧୧କୋଟିରୁ ଅଧିକ, ୫. ସୃଷ୍ଟି ହୋଇଥିବା ଇ-ୱେବିଲର ସଂଖ୍ୟା-୧୦କୋଟିରୁ ଅଧିକ । ଏହା ଛଡା ଜିଏସଟି ଲାଗୁ ହୋଇଥିବା କାରଣରୁ କେତେକ ଅସୁବିଧା ମଧ୍ୟ ପରିଲକ୍ଷିତ ହୋଇଛି । ବିଶେଷକରି ରିଟର୍ଣ୍ଣ ଫାଇଲ କରିବା ସମୟରେ ବ୍ୟବସାୟୀମାନେ ଜିଏସଟିକୁ ନେଇ ଦ୍ୱନ୍ଦରେ ରହିଛନ୍ତି । ଅନେକ ଶିଳ୍ପସଂସ୍ଥା ମଧ୍ୟ ଜିଏସଟି ଯୋଗୁଁ ସେମାନଙ୍କ ବ୍ୟବସାୟ ବନ୍ଦ କରିଦେଇଛନ୍ତି । ତେଣୁ ଜିଏସଟି ପ୍ରକ୍ରିୟାକୁ ଅଧିକ ସରଳିକରଣ କରିବାପାଇଁ ବିଶ୍ୱ ବ୍ୟାଙ୍କ କହିଛି ।