କନକ ବ୍ୟୁରୋ : ସାମଗ୍ରୀ ଓ ସବା କର ଜିଏସଟି ଲଗାତର ଦ୍ୱିତୀୟ ମାସ ପାଇଁ କମିଛି । ନଭେମ୍ବର ମାସରେ ୮୦ ହଜାର ୮ଶହ ୮ କୋଟି ଟଙ୍କା ଜିଏସଟି ଆଦାୟ ହୋଇଥିବାବେଳେ ଡିସେମ୍ବର ୨୫ ତାରିଖ ସୁଦ୍ଧା ମଧ୍ୟ ଏହି ପରିମାଣର ଟିକସ ଆଦାୟ ହୋଇଥିବା ଜଣାପଡିଛି । ଜିଏସଟି ଆଦାୟରେ ଦେଖାଦେଇଥିବା ହ୍ରାସ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ରାଜକୋଷକୁ ପ୍ରଭାବିତ କରିବ । ସବୁଠାରୁ ବଡକଥା ହେଉଛି ଏହାର ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡିବାର ଯଥେଷ୍ଟ ସମ୍ଭାବନା ରହିଛି ।

କାରଣ ଜିଏସଟି ଆଦାୟ ବୃଦ୍ଧି ହେଲେ ବିଭିନ୍ନ ଖାଉଟି ସାମଗ୍ରୀ ଉପରେ କେନ୍ଦ୍ର ସରକାର ଟିକସ ହ୍ରାସ ପାଇଁ ଘୋଷଣା କରିଥିଲେ । ଯେହେତୁ ଟିକସ ଆଦାୟ କମିଛି ତେଣୁ ଆଗକୁ ବିଭିନ୍ନ ସାମଗ୍ରୀ ଉପରୁ ଟିକସ ଦର କମିବା ସମ୍ଭାବନା କମ ରହିଛି । ଅକ୍ଟୋବରରେ ପ୍ରାୟ ୮୩ ହଜାର କୋଟି ଟଙ୍କା ଜିଏସଟି ଆକାରରେ ଆଦାୟ ହୋଇଥିଲା । ସେପ୍ଟେମ୍ବରରେ ଏହି ପରିମାଣ ଥିଲା ୯୨ ହଜାର ୧୫୦ କୋଟି । ଅଗଷ୍ଟରେ ୯୧ ହଜାର କୋଟି ଓ ଜୁଲାଇରେ ୯୫ ହଜାର କୋଟି ଟଙ୍କା ଜିଏସଟି ଆଦାୟ ହୋଇଥିଲା ।