ଉଚ୍ଛେଦ ହେଲା ୧୬ ପ୍ରକାର ଟିକସ ! ଜିଏସଟିକୁ ଐତିହାସିକ ସଫଳତା କହିଲେ ରାଷ୍ଟ୍ରପତି

18

କନକ ବ୍ୟୁରୋ: ଜିଏସଟି ଲାଗୁ ହେବାର ଐତିହାସିକ ମୁହୁର୍ତ୍ତର ସାକ୍ଷୀ ରହିବାକୁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଅର୍ଥମନ୍ତ୍ରୀମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଗତକାଲି ରାତି ଠିକ୍ ୧୨ଟାରେ ଜିଏସଟି ସୁଇଚ ଦବାଇ ଆନୁଷ୍ଠାନିକ ଭାବେ ଗୁଡ୍ସ ଆଣ୍ଡ ସର୍ଭିସେସ ଟ୍ୟାକ୍ସ ଲାଗୁ କରିଛନ୍ତି ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ । ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ଏହି ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ ।

ସମ୍ବିଧାନରେ ୧୨୨ ତମ ସଂଶୋଧନ କରାଯାଇ ଦେଶର ସବୁଠାରୁ ବଡ଼ ଆର୍ଥିକ ସଂସ୍କାର ପାଇଁ ପଦକ୍ଷେପ ଅଣାଯାଇଛି । ସଂସଦର ଏହି ସ୍ୱତନ୍ତ୍ର ଅଧିବେସନ ରାତି ୧୧ଟାରୁ ଆରମ୍ଭ ହୋଇ ୧୨ଟା ୫ ମିନିଟ୍ ଯାଏଁ ଚାଲିଥିଲା । ଏହି ଅବସରରେ ରାଷ୍ଟ୍ରପତି ଏହାକୁ ଐତିହାସିକ ସଫଳତା ବୋଲି କହିଥିଲେ । ସେହିପରି ପ୍ରଧାନମନ୍ତ୍ରୀ କହିଥିଲେ ଜିଏସଟି ହେଉଛି ସବୁ ଦଳ ଓ ସରକାରଙ୍କ ମିଳିତ ଉଦ୍ୟମର ଫଳ । ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ ଜିଏସଟି ଅର୍ଥନୈତିକ ସଂସ୍କାର ଦିଗରେ ଏକ ବଡ ପଦକ୍ଷେପ ।