ଜିଏସଟି ବିଲ୍ ନେଇ ଆଉ ପାଦେ ଆଗେଇଲେ ସରକାର ! ରାଜ୍ୟସଭାରେ ବିନା ସଂଶୋଧନରେ ପାସ୍

19

କନକ ବ୍ୟୁରୋ : ବହୁ ପ୍ରତୀକ୍ଷିତ ସାମଗ୍ରୀ ଏବଂ ସେବା ଟିକସ, ଜିଏସଟି ସଂପର୍କିତ ୪ ଟି ବିଲ୍ ରାଜ୍ୟସଭାରେ ଗୃହୀତ ହୋଇଛି । ବିନା ସଂଶୋଧନରେ ପାସ୍ ହୋଇଛି କେନ୍ଦ୍ରୀୟ ଜିଏସଟି ବିଲ୍, ସମନ୍ୱିତ ଜିଏସଟି ବିଲ୍, କେନ୍ଦ୍ରଶାସିତ ଅଂଚଳ ଜିଏସଟି ବିଲ୍ ଓ କ୍ଷତିପୂରଣ ବିଲ୍ । ଫଳରେ ଆସନ୍ତା ଜୁଲାଇରୁ ଜିଏସଟି ଲାଗୁ କରିବା ନେଇ ସରକାର ଯେଉଁ ଆଶା ରଖିଛନ୍ତି ତାହା ଉଜ୍ୱଳ ହେବାରେ ଲାଗିଛି ।

ଜିଏସଟି ବିଲ୍ ରାଜ୍ୟସଭାରେ ଆଗତ କରାଯାଇ ବିତର୍କ ହୋଇଥିଲା । ଦୁଇ ଦିନ ଧରି ବିତର୍କ ପରେ ବିଲ୍ ଉପରେ ଭୋଟ୍ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଆଲୋଚନାରେ ଭାଗ ନେଇଥିଲେ । ବିଲରେ ସଂଶୋଧନ ପାଇଁ ଜିଦ୍ ନଧରିବାକୁ କଂଗ୍ରେସ ସଦସ୍ୟମାନଙ୍କୁ କହିଥିଲେ । ଏବେ ରାଜ୍ୟ ସରକାର ମାନେ ସେମାନଙ୍କ ବିଧାନସଭାରେ ରାଜ୍ୟ ଜିଏସଟି ବିଲକୁ ଆଗତ କରାଇ ଗୃହୀତ କରାଇବା ପରେ ଜିଏସଟିର ଆଇଗତ ପ୍ରକ୍ରିୟା ଶେଷ ହେବ ।