୧୫ଟି ରାଜ୍ୟ ପରେ ୧୬ ତମ ରାଜ୍ୟ ଭାବେ ଜିଏସଟି ସଂକଳ୍ପକୁ ପାରିତ କଲା ଓଡିଶା ବିଧାନସଭା

22

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ୧୫ଟି ରାଜ୍ୟ ପରେ ୧୬ ତମ ରାଜ୍ୟ ଭାବେ ଜିଏସଟି ସଂକଳ୍ପକୁ ପାରିତ କଲା ଓଡିଶା ବିଧାନସଭା । ସର୍ବସମ୍ମତି କ୍ରମେ ରାଜ୍ୟ ବିଧାନସଭାରେ ଏହି ସଂକଳ୍ପ ପାରିତ ହୋଇଛି । ବିଧାନସଭାରେ ଆଲୋଚନା ବେଳେ ବିରୋଧୀ ଦାବି କରିଥିଲେ ଯେ ଓଡିଶାର ଏହା ଦ୍ୱାରା କଣ ଲାଭ ହେବ ସେ ନେଇ ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ । ତେବେ ଓଡିଶାରେ ଏହି ସଂକଳ୍ପ ପାରିତ ହେବା ପରେ ଦେଶରେ ଜିଏସଟି କାଉନସିଲ ଗଠନ ପାଇଁ ଏବେ ପଥ ପରିଷ୍କାର ହୋଇଛି । ଏବେ ଜିଏସଟି ବିଲ ପାସ ପାଇଁ ରାଷ୍ଟ୍ରପତି ଜାରି କରିପାରିବେ ବିଜ୍ଞପ୍ତି ।ଏହି କାଉନସିଲ ଗଠନ ହେବା ପରେ ସାରା ଦେଶରେ ଏକକ ଟିକସ ବ୍ୟବସ୍ଥା ଲାଗୁ ହୋଇ ପାରିବ ।