ମାନବିକତାର ଉଦାହରଣ ଦେଲେ ପୋଲିସ୍ ଅଫିସର୍ ! ଦିବ୍ୟାଙ୍ଗଙ୍କ ଉଚ୍ଚଶିକ୍ଷା ପ୍ରାପ୍ତ କରିବାର ସ୍ୱପ୍ନକୁ ସାକାର କରିବା ପାଇଁ ବଢାଇଲେ ହାତ ।

36

ପାଠ ପଢିବା ଏବଂ ଭବିଷ୍ୟତର ସୁନେଲୀ ସ୍ୱପ୍ନ ଦେଖିବା ହେଉଛି ସମସ୍ତଙ୍କ ଅଧିକାର । ଏଥିପାଇଁ ଯୁବପିଢୀ ଯେ କେତେ କସରତ କରନ୍ତି ତାହା ଭୁକ୍ତଭୋଗୀ ହିଁ କହିପାରିବେ । ତେବେ ଏହିଭଳି ଏକ ସ୍ୱପ୍ନ ନେଇ ବୋତିଆ ନାମକ ଏକ ନିପଟ ଗାଁର କୁସୁମ ନାମକ ଜଣେ ଦିବ୍ୟାଙ୍ଗ ଝିଅ ବନାରସ ବିଶ୍ୱବିଦ୍ୟାଳୟ ଆସିଥିଲା । ବାଣିଜ୍ୟରେ ସ୍ୱାତକ କରିବା ଥିଲା ଲକ୍ଷ । କିନ୍ତୁ ଟଙ୍କା ଅଭାବରୁ କୁସୁମର ସ୍ୱପ୍ନ ସ୍ୱପ୍ନରେ ହିଁ ରହିଯାଇଥିଲା । ସ୍ୱଳ୍ପ ଟଙ୍କା ନେଇ ସେ ବନାରସ ହିନ୍ଦୀ ବିଶ୍ୱବିଦ୍ୟାଳୟ ଯାଇ ବହୁ କଷ୍ଟରେ ସେଠାକାର ଉପରୋକ୍ତ ଅଧିକାରୀଙ୍କ ସହ ଦେଖା ସାକ୍ଷାତ କରି ମଧ୍ୟ କିଛି ସୁଯୋଗ ପାଇନଥିଲେ । କିନ୍ତୁ କଥାରେ ଅଛି, “ଯାହାକୁ ରଖିବେ ଅନନ୍ତ କେ କରିପାରେ ବଳବନ୍ତ ।” କୁସୁମଙ୍କ ଆଗକୁ ପଢିବା ପାଇଁ ଇଚ୍ଛା ଥିଲେ ମଧ୍ୟ ଟଙ୍କା ଅଭାବରୁ ସେ ବିଶ୍ୱବିଦ୍ୟାଳୟ ପ୍ରାଙ୍ଗଣରେ ମନ ମାରି ବସିଥିଲେ । କିନ୍ତୁ ସେଠାକାର ଛାତ୍ରଛାତ୍ରୀ କୁସୁମଙ୍କ ଏଭଳି ଦଶା ଦେଖି ତାଙ୍କର ଆଡମିଶନ୍ ସକାଶେ ଜିଆରପି କେଣ୍ଟରେ କାର୍ଯ୍ୟରତ ଥିବା ଜଣେ ପୋଲିସ୍ ଅଫିସର ଅଶୋକ କୁମାର ଦୁବେଙ୍କୁ ସାହାଯ୍ୟ ମାଗିଥିଲେ ।

କୁସୁମଙ୍କ ପଢା ପାଇଁ ଥିବା ଅଦମ ଅଭିଳାଷ ଉକ୍ତ ପୋଲିସ୍ କର୍ମଚାରୀଙ୍କୁ ତାଭ୍କ ସହାୟତା କରିବା ପାଇଁ ବାଧ୍ୟ କରିଥିଲା । ଅଶୋକ ନିଜ ପାଖରେ ଥିବା ୨୧,୦୦୦ ଟଙ୍କା କୁସୁମଙ୍କ ପଢା ପାଇଁ ଖର୍ଚ୍ଚ କରି ଆଗକୁ ଅସୁବିଧା ହେଲେ ତାଙ୍କୁ ଯୋଗାଯୋଗ କରିବା ପାଇଁ ମଧ୍ୟ କହିଥିଲେ । ତେବେ କୁସୁମଙ୍କ ପାଇଁ ଏହି ପୋଲିସ୍ ଅଫିସର ଜଣଙ୍କ ଏବେ ଦେବଦୂତ ପାଲଟି ଯାଇଛନ୍ତି ।