ସୀମା ସିଲ୍, ଗାଁ ସିଲ୍…ସୀମାରେ ଜଗିଛି ପୁଲିସ୍, ଗାଁ ଜଗିଛନ୍ତି ଯୁବଗୋଷ୍ଠୀ: ତାଲାବନ୍ଦ ଘୋଷଣା ପରେ ଏବେ ଅଜଣା, ଅଚିହ୍ନା ଲୋକଙ୍କ ଗାଁରେ ପ୍ରବେଶ ମନା

573

କନକ ବ୍ୟୁରୋ: ସୀମା ସିଲ୍, ଗାଁ ସିଲ୍ । ସୀମାରେ ଜଗିଛି ପୋଲିସ , ଗାଁ ଜଗିଛନ୍ତି ଯୁବଗୋଷ୍ଠୀ । କରୋନାକୁ ନେଇ ଲକଡାଉନ ଘୋଷଣା ପରେ ପ୍ରତି ଗାଁରେ ଏବେ ଲକଡାଉନ । ଗାଁକୁ ପ୍ରବେଶ କଲେ ପ୍ରଥମେ ହାତଧୁଅ । ହାତ ନଧୋଇଲେ ଗାଁକୁ ମନା । ଅଚିହ୍ନା ,ଅଜଣା ଲୋକ ଗାଁକୁ ମନା । ଏଭଳି ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଆଳି ବ୍ଲକ ନୁଆପିତାପଡା ଗାଁରେ । ଗାଁ ପ୍ରବେଶ ପଥକୁ ଲକଡାଉନ ଲେଖି ବନ୍ଦ କରିଛନ୍ତି ଏହି ଗାଁର ଯୁବଗୋଷ୍ଠୀ । ଗାଁର ପ୍ରବେଶ ପଥରେ ଜଗି ବସିଛନ୍ତି ଆଶାଦିଦି  । ଗାଁକୁ ଆସୁଥିବା ଲୋକଙ୍କୁ କେମିତି ହାତଧୋଇବା ଶିଖେଇବା ସହ ସଚେତନ କରୁଛନ୍ତି । ଏହି ଗାଁର ପ୍ରତିଟି ଲୋକ ଲକଡାଉନ ନିୟମକୁ ମାନି ଘରେ ରହୁଛନ୍ତି । ଗାଁ ଏବେ ଶୂନସାନ । ଆବଶ୍ୟକ ହେଲେ ଲୋକେ ଗାଁରୁ ବାହାରକୁ ଗଲେ ହାତଧୋଇ ଯାଉଛନ୍ତି , ବଜାରରୁ ଗାଁକୁ ଆସିଲେ ହାତଧୋଇ ଗାଁକୁ ପ୍ରବେଶ କରୁଛନ୍ତି ।

ସେପଟେ ମାଲକାନଗିରି-ଛତିଶଗଡ ସୀମାକୁ ସିଲ କରାଯାଇଛି । ଚାଲାଣଗୁଡାରେ ସୀମାକୁ ସିଲ କରାଯାଇ ପୁଲିସ ଯାଂଚକୁ ଜୋରଦାର କରିଛି ।  ମାଲକାନଗିରି ସୀମା ୩ ରାଜ୍ୟକୁ ସଂଯୋଗ କରିଛି । ଆନ୍ଧ୍ର, ତେଲେଙ୍ଗାନା ଓ ଛତିଶଗଡକୁ ସଂଯୋଗ କରୁଛି  ଏହି ରାସ୍ତା । ସେହପରି କରୋନା ମୁକାବିଲା ପାଇଁ  ଓଡିଶା-ଛତିଶଗଡ ସୀମାକୁ ସିଲ୍ କରିଦିଆଯାଇଛି ।

ଛତିଶଗଡରୁ ନବରଙ୍ଗପୁର ଜିଲ୍ଲାକୁ ସଂଯୋଗ କରୁଥିବା ରାସ୍ତାଗୁଡିକୁ ଜିଲ୍ଲା ପ୍ରଶାସନ ଓ ଉମରକୋଟ ପୁଲିସ ସିଲ କରି ଯାଂଚ କଡାକଡି କରିଛି ।  ନବରଙ୍ଗପୁର ଜିଲ୍ଲାର ଏକ ତୃତୀୟାଂଶ  ସୀମା ଛତିଶଗଡକୁ ଲାଗି ରହିଛି ।  ପୁଲିସ ତତ୍ପରତା ଦେଖାଇ ସୀମାରେ ଚବିଶି ଘଂଟିଆ ସୁରକ୍ଷା ବ୍ୟବସ୍ଥା କରିଛି ।  ମାଲବାହୀ ଗାଡିକୁ ଛାଡିଦେଲେ ଅନ୍ୟ କୌଣସି ଗାଡିକୁ ଓଡିଶା ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯାଉନାହିଁ  ।

ମହାମାରୀ କରୋନା ମୁକାବିଲା ପାଇଁ ଲକ୍ଡାଉନକୁ କଡାକଡି କରିଛନ୍ତି ଉଭୟ ଓଡିଶା ଓ ଛତିଶଗଡ ପ୍ରଶାସନ । ଉଭୟ ପଟର ସୀମାକୁ ଦିନ ରାତି ଜଗି ରହିଛି ପୋଲିସ  । କେଳବ ଅତି ଆବଶ୍ୟକ ସାମଗ୍ରୀ ଯୋଗାଣ ଓ ଜରୁରୀ କାଳିନ ଚିକିତ୍ସା ପାଇଁ ଯାଉଥିବା ଲୋକଙ୍କୁ ଯାତାୟତ ପାଇଁ ଛଡା ଯାଉଛି । ଛତିଶଗଡ ଗରିଆ ବନ୍ଦ ଜିଲ୍ଳା ଦେଓଭୋଗ ଏସଡିଏମ ଓ ଥାନା ଅଧିକାରୀ ସୀମାନ୍ତରେ ପହଁଚି ତନ୍ନ ତନ୍ନ କରି ଯାଂଚ କରୁଛନ୍ତି । ଏହା ସହିତ ଛତିଶଗଡରେ ଥିବା ଓଡିଆ ଶ୍ରମିକଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା ଦେଓଭୋଗ ଏସଡିଏମ କହିଛନ୍ତି ।