ନବରଙ୍ଗପୁର ସହରରେ ଗୋଷ୍ଠି ସଂଘର୍ଷ! ୫ଟି ଘରେ ନିଆଁ ଲଗାଇଦେଇଥିବା ଅଭିଯୋଗ

28

କନକ ବ୍ୟୁରୋ : ନବରଙ୍ଗପୁର ସହରରେ ଗୋଷ୍ଠି ସଂଘର୍ଷ । ସଂଘର୍ଷରେ ଗୋଟିଏ ଗୋଷ୍ଠିର ଯୁବକମାନେ ପଶି ଅନ୍ୟ ଗୋଷ୍ଠିର ୫ଟି ଘରେ ନିଆଁ ଲଗାଇଦେଇଥିବା ଅଭିଯୋଗ ହୋଇଛି । ଏହା ସହ ମଟରସାଇକେଲ, ଅଟୋ ଜାଳି ଦେଇଥିବାର ମଧ୍ୟ ଅଭିଯୋଗ ହୋଇଛି । ଏହା ଗୃହପାଳିତ ପଶୁଙ୍କୁ ହତ୍ୟା କରିଥିବାର ଅଭିଯୋଗ କରିଛନ୍ତି ନବରଙ୍ଗପୁର ଦଣ୍ଡାସି ସାହିର ଗ୍ରାମବାସୀ । ଖବର ପାଇ ଘଟଣାସ୍ଥଳରେ ଦମକଳବାହିନୀ ପଂହଁଚି ନିଆଁକୁ ଆୟତ କରିଥିଲା । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଉତେଜନା ଲାଗି ରହିଛି । ପୁଲିସ ଫୋର୍ସ ମୂତୟନ ଅଛନ୍ତି ।

ସୂଚନା ଅନୁସାରେ ନବରଙ୍ଗପୁର ସହରର ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଜଣେ ଯୁବକଙ୍କୁ ଦଣ୍ଡାସି ସାହିର ଯୁବକମାନେ ଆକ୍ରମଣ କରିଥିଲେ । ଏହାକୁ ନେଇ ଉଭୟ ପକ୍ଷରୁ ନବରଙ୍ଗପୁର ଥାନାରେ ଏତଲା ଦିଆଯାଇଥିଲା । କିନ୍ତୁ ଘଟଣାର କୋ÷ଣସି ନିର୍ଯ୍ୟାସ ବାହାରିବା ପୂର୍ବରୁ ଗତକାଲି ମାଡ ଖାଇଥିବା ଯୁବକ ୩୦ରୁ ଉର୍ଦ୍ଧ ଲୋକ ଆସି ଦଣ୍ଡାସି ସାହିରେ ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-