ନବରଙ୍ଗପୁର ତେଲେଗାଁରେ ଗୋଷ୍ଠୀ ସଂଘର୍ଷ : ଜଣେ ମୃତ ଜଣେ ଗୁରୁତର

16

ନବରଙ୍ଗପୁର : ନବରଙ୍ଗପୁର ତେଲେଗାଁରେ ଜଙ୍ଗଲ ଜମିରେ ବୃକ୍ଷ ରୋପଣକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଛି । ସଂଘର୍ଷରେ ଜଣେ ମୃତ ଜଣେ ଗୁରୁତର ଅଛନ୍ତି । ହତ୍ୟା ଅଭିଯୁକ୍ତଙ୍କ ଘରେ ଉତ୍ୟକ୍ତ ଲୋକ ନିଆଁ ଲଗାଇ ଦେଇଛନ୍ତି । ତେବେ ନିଆଁ ଲଗାଇବା ସମୟରେ ଘରେ ୩ଜଣ ଥିବା ଆଶଙ୍କା କରାଯାଉଛି । ତେବେ ଏନେଇ ଗାଁରେ ଉତେଜନା ଲାଗି ରହିଥିବାରୁ ଘଟଣା ସ୍ଥଳରେ ପୁଲିସ ମୂତୟନ ଅଛି ।