ରାସ୍ତା ଉପରେ ଖଣ୍ଡଯୁଦ୍ଧ : ଜମି ବିବାଦକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ 

ଜମି ବିବାଦକୁ ନେଇ ଉଭୟ ଗୋଷ୍ଠୀ ପରସ୍ପରକୁ କାଠ ଫାଳିଆରେ ଆକ୍ରମଣ 

165

କନକ ବ୍ୟୁରୋ : ରାସ୍ତା ଉପରେ ଖଣ୍ଡଯୁଦ୍ଧ । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ରାମସାଗର ଛକରେ ଦେଖିବାକୁ ମିଳିଛି ମାରପିଟର ଦୃଶ୍ୟ । ଜମି ବିବାଦକୁ ନେଇ ଉଭୟ ଗୋଷ୍ଠୀ ପରସ୍ପରକୁ କାଠ ଫାଳିଆରେ ଆକ୍ରମଣ କରିଛନ୍ତି । ପୂର୍ବରୁ ଜମିକୁ ନେଇ ବିବାଦ ଲାଗି ରହିଥିବାବେଳେ ହଠାତ୍ ମୁହାଁମୁହିଁ ହୋଇଥିଲେ ଦୁଇ ପରିବାର ।

ଗୋଟିଏ ଗୋଷ୍ଠୀର ପୂର୍ବ ପ୍ରସ୍ତୁତ ଭଡାଟିଆ ଗୁଣ୍ଡା ଅପରପକ୍ଷକୁ ରାସ୍ତା ଉପରେ ଗୋଡେଇ ଗୋଡେଇ ଆକ୍ରମଣ କରିଥିଲେ । ପ୍ରତିପକ୍ଷ ମଧ୍ୟ କାଠ ଫାଳିଆରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ୫ଜଣ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ପାରଳାଖେମୁଣ୍ଡି ଥାନା ଠାରୁ ମାତ୍ର ୨ କିଲୋମିଟର ଦୁରରେ ଘଟିଥିଲା ରକ୍ତାକ୍ତ ଆକ୍ରମଣ । ଏବେ ଏହି ଆକ୍ରମଣର ଭିଡିଓ ଭାଇରାଲ ହେବାରେ ଲାଗିଛି । ଘଟଣାକୁ ଦୁଇ ଦିନ ବିତିଥିଲେ ମଧ୍ୟ ପୁଲିସ କାହାକୁ ଗିରଫ କରିନଥିବା ସୂଚନା ମିଳିଛି ।