କଟକରେ ତେଜିଲା ସାହି ବିବାଦ : ସୀମା ବିବାଦରୁ ଉତ୍ତେଜନା, ଢେଲା ପଥର ଓ କାଚ ବୋତଲ ମାଡ

30

କନକ ବ୍ୟୁରୋ : କଟକରେ ସାହି ବିବାଦକୁ ନେଇ ତୁମୁଳ କାଣ୍ଡ । ଦୁଇ ସାହି ମଧ୍ୟରେ ବିବାଦ ଉଗ୍ର ରୂପ ନେଇଛି । କଟକ ଝୋଲାସାହି ଅଂଚଳରେ ଦୁଇ ସାହି ମଧ୍ୟରେ ବହୁ ଦିନରୁ ସୀମା ବିବାଦ ଲାଗି ରହିଛି । ଆଜି ଇଦ୍ ଥିବା ବେଳେ ସାହି ମଧ୍ୟରେ ଲାଇଟ୍ ଲଗାଇବାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ସ୍ଥିତିକୁ ଆସିଯାଇଥିଲେ । ଉଭୟ ପକ୍ଷରୁ ଢେଲା ପଥର ଓ କାଚ ବୋତଲ ମାଡ ହୋଇଛି । ପୂର୍ବରୁ ଦଶହରାରେ ମଧ୍ୟ ଉଭୟ ପକ୍ଷ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବାରୁ ୨ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି ।

ସୂଚନା ଅନୁସାରେ ଶନିବାର ପବିତ୍ର ‘ଇଦ’ ପର୍ବ ପାଳନ ଅବସରରେ ଲାଇଟ ଲଗାଯାଉଥିଲା । ମାତ୍ର କେଉଁ ସାହିର ଲୋକେ କେଉଁଠାରୁ ଲାଇଟ୍ ଲଗାଇବେ ସେ ନେଇ ଝୋଲାସାହି ଓ ନୂଆସାହିର ଲୋକଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । କିଛି ସମୟ ପରେ ଘଟଣାସ୍ଥଳର ରଣକ୍ଷେତ୍ରରେ ପରିବର୍ତ୍ତନ ହୋଇଥିଲା । ସୂଚନା ପାଇ ପୁଲିସ ଘଟଣାସ୍ଥଳକୁ ପହଞ୍ଚିବା ପୂର୍ବରୁ ଉଭୟ ସାହିର ଏକାଧିକ ଲୋକ ଆହତ ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ।