ଥାନାରେ ଅଟକ ଗଣେଶ ! ରାତି ଅଧରେ ଠାକୁରଙ୍କୁ ଉଠାଇ ଆଣିଲା ପୁଲିସ୍

51

କନକ ବ୍ୟୁରୋ : ଥାନାରେ ଅଟକ ଗଣେଶ । ରାତି ଅଧରେ ଗଣେଶ ଠାକୁରଙ୍କୁ ଥାନାକୁ ଉଠାଇ ଆଣିଥିଲା ପୁଲିସ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣା ସତ । ଗଣେଶ ଭଷାଣକୁ ନେଇ ରାଜଧାନୀର ସାଲିଆ ସାହିରେ ୨ ଗୋଷ୍ଠି ମୁହାଁ ମୁହିଁ ହୋଇଥିଲେ । ତେବେ ପୁଲିସ ପଂହଂଚିଲା ବେଳକୁ ଯିଏ ଯୁଆଡେ ଛତ୍ରଭଙ୍ଗ ଦେଇଥିଲେ । ଘଟଣାସ୍ଥରୁ ଖଣ୍ଡା, କାତି ଓ ମୋଟର ସାଇକେଲ ଜବତ କରାଯାଇଥିଲା । ଆଉ ଏଥିରୁ ବାଦ ପଡି ନଥିଲେ ପ୍ରଭୁ ଗଣେଶ । ଗଣେଶ ନୟାପଲ୍ଲୀ ଥାନାରେ ରାତି ତମାମ ଅଟକ ରହିଲେ । ପାଖାପାଖି ଦିନ ୧୧ଟାରେ କୁଆଖାଇ ନଦୀରେ ନେଇ ବିସର୍ଜନା କରିଥିଲା ।