ସ୍ୱାଭିମାନ ଅଂଚଳରେ ପ୍ରଜାମେଳି । ଏକାଠି ହୋଇ ସମସ୍ୟା ବଖାଣିଲେ ୨୫ରୁ ଅଧିକ ଗାଁର ଲୋକ, ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିଲା କନକ ନ୍ୟୁଜ୍

180

କନକ ବ୍ୟୁରୋ : ଆଶାନ୍ତ ଲାଲଗଡ । ଗୁରୁପ୍ରୀୟା ସେତୁ ନିର୍ମାଣ ପରେ ମଧ୍ୟ ସୁଧୁରୁନି ସ୍ୱାଭିମାନ ଅଂଚଳର ସ୍ଥିତି । ମେଳି ପରେ ମେଳି ବାନ୍ଧି ନିଜ ଅସନ୍ତୋଷ ଜହିର କରି ଛାଲିଛନ୍ତି ଅପହଁଚ ସ୍ୱାଭିମାନ ଅଂଚଳର ଲୋକେ । ଦୁର୍ଗମ ନାକାମାମୁଡି ପଂଚାୟତ ଅନ୍ତର୍ଗତ ଖଜୁରିଗୁଡା ଗାଁ ରେ ପୁଣି ଏକ ପ୍ରଜା ମେଳିର ଆୟୋଜନ କରି ଗଣ ମାଧ୍ୟମ ସମ୍ମୁଖରେ ନିଜ ଦାବି ବଖାଣିଛନ୍ତି ୪ଟି ପଂଚାୟତ ଲୋକ । ୨୫ରୁ ଅଧିକ ଗାଁର ପ୍ରାୟ ଏକ ହଜାରରୁ ଅଧିକ ଲୋକ ଏହି ପ୍ରଜାମେଳିରେ ସାମିଲ ହୋଇଛନ୍ତି ।

ମୁଦୁଲିଗୁଡାକୁ ଏକ ନୁତନ ପଂଚାୟତ ଭାବେ ଘୋଷଣା କରିବା ସହ ମୌଳିକ ସମସ୍ୟାର ସମାଧାନ ଦାବି କରିଛନ୍ତି ଗ୍ରାମବାସୀ । ୩ ଘଂଟା ଧରି ମୋଟର ଡଙ୍ଗାରେ ଯାଇ ଗ୍ରାଉଣ୍ଡ ଜିରୋରେ ପହଁଚି ଥିଲା କନକ ନ୍ୟୁଜ ଟିମ । ପ୍ରଜାମେଳି ସମ୍ପର୍କ ରେ ଗ୍ରାଉଣ୍ଡ ଜିରୋରେ ଗ୍ରାମବାସୀ ଙ୍କ ସହ ଆଲୋଚନା କରିଛନ୍ତି ଆମ ପ୍ରତିନିଧୀ ଦେବବ୍ରତ ସାନା ।