ହେଲମେଟ୍ ପାଇଁ ନିଆରା ସଚେତନତା ! ବିବାହ ଯୌତୁକରେ ବାଇକ୍ ବଦଳରେ ଶ୍ୱଶୁରଙ୍କୁ ହେଲମେଟ୍ ଦାବି କଲେ ଜ୍ୱାଇଁ । 

29

ଶ୍ୱଶୁରଙ୍କୁ ଯୌତୁକରେ ବାଇକ୍ ବଦଳରେ ହେଲମେଟ୍ ଦାବି କଲେ ଜ୍ୱାଇଁ । ଏହି ଘଟଣାଟି ଆଶ୍ଚର୍ୟ୍ୟ ଲାଗୁଥିଲେ ବି ସତ । ଅଶୋକନଗରରେ ବିବାହ ସମାରୋହ ଚାଲିଥିବା ସମୟରେ ଏକ ଆଶ୍ଚର୍ୟ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଶ୍ୱଶୁର ଯେତେବେଳେ ଜ୍ୱାଇଁଙ୍କୁ ଯୌତୁକ ବାବଦରେ ବାଇକ୍ ଚାବି ହାତରେ ଧରାଇଥିଲେ, ସେ ପ୍ରଥମେ ହେଲମେଟ ଅଛି କି ନାହିଁ ପଚାରିଥିଲେ, ବିନା ହେଲମେଟରେ ସେ ବାଇକ୍ ନେବେ ନାହିଁ ବୋଲି ଶ୍ୱଶୁରଙ୍କୁ ମନା କରିଦେଇଥିଲେ ।

ସୂଚନାଯୋଗ୍ୟ, ଜଲାଲପୁରରେ ବସବାସ କରୁଥିବା ଦେଶରାଜ ସିଂହ କୁଶବାହ ଆତ୍ମଜ ରାମସିଂହଙ୍କ ବିବାହ ଗ୍ରାମ ସେମରି ଲୋହବାଦରେ ହୀରସିଂହ କୁଶବାସଙ୍କ କନ୍ୟା ଲକ୍ଷ୍ମୀବାଇଙ୍କ ସହିତ ସମ୍ପନ୍ନ ହୋଇଥିଲା । ଝିଅକୁ ଶାଶୁଘରକୁ ବିଦା କରିବା ପାଇଁ ରୀତିନୀତି ଚାଲିଥିବା ସମୟରେ ଜ୍ୱାଇଁଙ୍କୁ ବାଇକର ଚାବି ଦିଆଯାଇଥିଲା । କିନ୍ତୁ ଜ୍ୱାଇଁ ବିନା ହେଲମେଟରେ ସେ ବାଇକ୍ ଚାବି ନେବେ ନାହିଁ ବୋଲି ରୋକଠୋକ୍ ମନା କରି ଦେଇଥିଲେ । ଏହାପରେ ହେଲମେଟ ଆଣି ଜ୍ୱାଇଁଙ୍କୁ ଦେବା ପରେ ଖୁସିଖୁସିରେ ଧର୍ମପତ୍ନୀଙ୍କୁ ଧରି ନିଜ ଘରକୁ ଫେରିଥିଲେ ଦେଶରାଜ ।