ଏମିତି ବି ଆସେ ମୃତ୍ୟୁ ! ଗୁଜୁରାଟରେ ବରଯାତ୍ରୀ ସହ ନାଚଗୀତରେ ମସଗୁଲ ଥିବାବେଳେ ସାଂଗର କାନ୍ଧରେ ଟଳିପଡିଲେ ବର

32

ମୃତ୍ୟୁ ଶୀତଳ ସ୍ପର୍ଶ କାହାକୁ କେତେବେଳେ କେମିତି ଛୁଇଁ ଯିବ କେହି କହିପାରିବେ ନାହିଁ । ସେଲଫି ନେବାବେଳେ ପାହାଡ ଉପରୁ ଖସିପଡି ହେଉ କି ନଦୀରେ ଗାଧୋଇବା ବେଳେ ପାଣି ମାଡି ଆସି ହେଉ ଅବା ରେଳ ଲାଇନ୍ ପାର ହେବା ବେଳେ ଟ୍ରେନ୍ ମାଡିଯାଇ ହେଉ ହଠାତ୍ ମୃତ୍ୟୁ ମାଡିଆସେ । ଆପଣ ଜାଣିଥିବେ ବାହାଘରକୁ ଗଲାବେଳେ ହେଉ କି ଫେରିବା ବେଳେ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇ କେମିତି ବର କନ୍ୟାଙ୍କ ମୃତ୍ୟୁ ହୁଏ ।

ହେଲେ ଆପେ ଆପଣଙ୍କୁ ଏମିତି ଏକ ଦୃଦୟବିଦାରକ ଘଟଣା ବିଷୟରେ କହିବୁ ଯାହା ନିଜ ଆଖିକୁ ନଦେଖିଲେ ବିଶ୍ୱାସ କରିପାରିବେ ନାହିଁ । ଗୁଜରାଟ ଆନନ୍ଦ ଜିଲ୍ଲାର ସାଗର ସୋଲାଙ୍କିଙ୍କର ଥିଲା ବାହାଘର । ବାଣ ବାଜ । ରୋଷଣୀ ଭିତରେ ସାଙ୍ଗସାଥୀ ବନ୍ଧୁ ପରିଜନଙ୍କ ସହ ସାଗର ବାହାରିଥିଲେ ବରଯାତ୍ରୀ ନେଇ । କନ୍ୟା ଘର ପାଖରେ ଖୁସିି ଖୁସିରେ ନାଚଗୀତରେ ମାତିଥିଲେ ସାଙ୍ଗସାଥୀ । ପରଂପରା ଅନୁସାରେ ଏଠାରେ ବର ମଧ୍ୟ ନାଚିଥାଏ ।

ଆଉ ବରବେଶରେ ସଜେଇ ହୋଇଥିବା ସାଗରଙ୍କୁ କାନ୍ଧରେ ଧରି ସମସ୍ତେ ମସଗୁଲ ଥିଲେ । ସାଙ୍ଗ କାନ୍ଧରେ ଥାଇ ବି ଠୁମକା ଲଗାଉଥିଲେ । ସ୍ୱପ୍ନ ଦେଖୁଥିଲେ ଭାବି ପତ୍ନୀଙ୍କୁ ନେଇ, ସୁନେଲୀ ସଂସାରର ଭବିଷ୍ୟତକୁ ନେଇ । ଆଉ ମାତ୍ର କିଛି ସମୟ ପରେ ପହଂଚିଥାନ୍ତେ ବେଦୀ ନିକଟରେ । କନ୍ୟାବେଶରେ ସଜେଇ ହୋଇ ଅପେକ୍ଷା କରିଥିଲେ ଭାବି ପତ୍ନୀ । ତାଙ୍କ ପରିବାର ।

ହେଲେ ନାଚୁ ନାଚୁ ସାଙ୍ଗର କାନ୍ଧ ଉପରେ ହି ଟଳିପଡିଲେ ସାଗର । ପାଖରେ ଥିବା ସାଙ୍ଗମାନେ କଣ ହେଲା ବୁଝିବା ପୂର୍ବରୁ ତଳେ ପଡିଯାଇଥିଲେ । ଦୂରରେ ସାଙ୍ଗଙ୍କ ନାଚ ଚାଲିଥିଲା । ହେଲେ ଏପଟେ ହୃଦଘାତରେ ସାଗରଙ୍କ ପ୍ରାଣବାୟୁ ଉଡିଯାଇଥିଲା । ଉତ୍ସବରେ ମାତିଥିବା ଦୁଇଟି ପରିବାର ଉପରେ ଭାଙ୍ଗିପଡିଥିଲା ଦୁଃଖର ପାହାଡ । ଏହି ଘଟଣାର ଲାଇଭ ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ସୌଜନ୍ୟ-ଟିଏମଜେଡ ଭିଡିଓ