ବାହାବେଦୀ ପୂର୍ବରୁ ଭୋଟ ଦେବାକୁ ଆସିଲେ ବର ! ଉଦାହରଣ ସୃଷ୍ଟି କଲେ ଜିସାନ୍ ।

98

ମଧ୍ୟପ୍ରଦେଶରେ ନିର୍ବାଚନକୁ ନେଇ ମତଦାତାଙ୍କ ମଧ୍ୟରେ ଅନେକ ଉତ୍ସାହ ରହିଥିବା ଦେଖିବାକୁ ମିଳିଛି । ମତଦାନ ଚାଲିଥିବା ବେଳେ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ବିବାହ ମଣ୍ଡପକୁ ଯିବା ଆଗରୁ ଜଣେ ବ୍ୟକ୍ତି ବର ବେଶରେ ଆସି ମତଦାନ କରିଛନ୍ତି । ବୁରହାନପୁରର ଦାଉଦପୁରା ୱାର୍ଡ ଠାରେ ମହମ୍ମଦ ଜିସାନ ନାମକ ଏହି ବ୍ୟକ୍ତିଙ୍କ ଆଜି ବିବାହ ହେବ । ବିବାହ ପାଇଁ ସେ ବର ବେଶରେ ସଜ୍ଜିତ ମଧ୍ୟ ହୋଇଥିଲେ । କିନ୍ତୁ ବିବାହ ମଣ୍ଡପକୁ ଯିବା ଆଗରୁ ସେ ଆଗ ମତଦାନ କେନ୍ଦ୍ରକୁ ଆସି ମତଦାନ କରିଛନ୍ତି ।

ସୂଚନା ଅନୁଯାୟୀ, ଆଜି ମଧ୍ୟପ୍ରଦେଶରେ ବିଧାନସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି । ୨୩୦ ଆସନ ପାଇଁ ୬୫ହଜାର ଭୋଟ ଗ୍ରହଣ କେନ୍ଦ୍ରରେ ଚାଲିଛି ମତଦାନ । ୫କୋଟି ୪୩ ଲକ୍ଷ ଲୋକ ୨୮୯୯ ଜଣ ଭୋଟ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ । ସକାଳ ୭ଟାରେ ନିର୍ବାଚନ ଆରମ୍ଭ ହୋଇଥିବାବେଳେ ଏହା ସନ୍ଧ୍ୟା ୫ଟା ଯାଏ ଚାଲିବ । ନିିର୍ବାଚନ ପାଇଁ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି ।