ମସଲା ପ୍ରସ୍ତୁତକାରୀ କଂପାନୀ ଗୃହସ୍ଥୀ ଉଦ୍ୟୋଗ ନାଁରେ ସରକାରୀ ଜମି ଜବରଦଖଲ ଅଭିଯୋଗ

51

ରାଉରକେଲା : ମସଲା ପ୍ରସ୍ତୁତକାରୀ କଂପାନୀ ଗୃହସ୍ଥୀ ଉଦ୍ୟୋଗ ନାଁରେ ଆସିଛି ମୂଲ୍ୟବାନ ସରକାରୀ ଜମି ଜବରଦଖଲ ଅଭିଯୋଗ । ଏହି ଅଭିଯୋଗ ହେବା ପରେ ସଂସ୍ଥାର ମାଲିକଙ୍କୁ ୨୦ ଦିନ ମଧ୍ୟରେ କାରଣ ଦର୍ଶାଅ ନୋଟିସ୍ ଜାରୀ କରାଯାଇଛି । ଜବରଦଖଲ କାହିଁକି ଉଛେଦ ନ ହେବ ଜବାବ ରଖିବାକୁ ଉପଜିଲ୍ଲାପାଳଙ୍କ ପକ୍ଷରୁ ନୋଟିସରେ ତାଗିଦ କରାଯାଇଛି । ରାଉରକେଲାର ପାନପୋଷ ବସ୍ତିରେ ରହିଛି ଗୃହସ୍ଥୀ ଉଦ୍ୟୋଗର ବିଶାଳ ବ୍ୟବସାୟିକ ସାମ୍ରାଜ୍ୟ । ମୋଟ ୧ ଏକର ୫୪ ଡେସିମିଲ୍ ଜମି ଉପରେ ଏହି ସାମ୍ରାଜ୍ୟ ଗଢି ଉଠିଛି । ସୂଚନା ଅଧିକାର ଆଇନ୍ ଦ୍ୱାରା ମିଳିଥିବା ତଥ୍ୟ ଅନୁସାରେ ସଂସ୍ଥାର ମୁଖ୍ୟ ଗଣେଶ ବାଗାଡିଆଙ୍କ ନାଁରେ କେବଳ ୨୦ ଡିସିମିଲ୍ ଜମି ରହିଛି । ଅବଶିଷ୍ଟ ୧ ଏକର ୩୪ ଡେସିମିଲ୍ ସରକାରୀ ଜମିକୁ ଗୃହସ୍ଥୀ ବେଆଇନ୍ ଭାବେ ଜବର ଦଖଲ କରାଯାଇଛି । ଗୃହସ୍ଥୀ ଜବରଦଖଲ କରିଥିବା ଏହି ଜମିର ମୂଲ୍ୟ ପାଖାପାଖି ୮ କୋଟି ଟଙ୍କା ବୋଲି ଆକଳନ କରାଯାଇଛି ।