ମସ୍ତିଷ୍କକୁ ତାଜା ରଖେ ସବୁଜ ପରିବା !

134

ସବୁଜ ପନିପରିବା ସ୍ୱାସ୍ଥ୍ୟ ପାଇଁ ହିତକର । ପ୍ରତିଦିନ ସବୁଜ ପନିପରିବା ଖାଇବା ଉଲ । କାରଣ ସବୁଜ ପନିପରିବାରେ ଭରପୂର ମାତ୍ରରେ ଭିଟାମିନ ରହିଛି । ଏହା ମସ୍ତିଷ୍କର ଶକ୍ତି ବୃଦ୍ଧିରେ ସହାୟକ ହୁଏ । ପନିପରିବା, ଶାଗ, ସାଲାଡ ଆଦି ଖାଇବା ଦ୍ୱାରା ବୟସଜନିତ ବିସ୍ମୃତି ବା ସ୍ମରଣ ଶକ୍ତି କମିବା ବିଳମ୍ବ ହେଇଥାଏ ।

ସାଧାରଣ ଭାବେ ମସ୍ତିଷ୍କର ଦକ୍ଷିତା ଯେଉଁ ପରିମାଣରେ କମିବା କଥା କମେ ନାହିଁ, ପାଖାପାଖି ଏଗାର ବର୍ଷ ଘୁଂଚିଯାଏ । ନିକଟରେ ଆମେରିକାର ରସ ୟୁନିଭର୍ସିଟିର ଦଳେ ସ୍ନାୟୁ ବିଶେଷଜ୍ଞଙ୍କ ଦଶ ବର୍ଷର ଅଧ୍ୟୟନରୁ ଏହି ନିଷ୍କର୍ଷ ମିଳିଛି । ଅଶୀ ବର୍ଷ ବୟସର ପାଖାପାଖି ଏକ ହଜାର ବୃଦ୍ଧଙ୍କୁ ପାଂଚଟି ପର୍ଯ୍ୟାୟରେ ଅଧ୍ୟୟନ କରାଯାଇଥିଲା । ଏମାନଙ୍କ ଦୈନନ୍ଦିନ ଆହାରରେ ସବୁଜ ପନିପରିବା ପରିମାଣ ଓ ସ୍ମରଣ ଶକ୍ତିର ମାନ ଆଧାରରେ ଗବେଷକମାନେ ଏହା ଜାଣିପାରିଥିଲେ । ଏ ବାବଦରେ ବିସ୍ତୃତ ରିପୋର୍ଟ ‘ଜର୍ନାଲ ନ୍ୟୁରୋଲୋଜି’ରେ ପ୍ରକାଶ ପାଇଛି ।