ଗ୍ରୀନ୍ ରେ ଚିଟଫଣ୍ଡ ମୁଖ୍ୟଙ୍କୁ ଅଣାଯିବ ଭୁବନେଶ୍ୱର : କୋଲକାତା କୋର୍ଟରେ ହାଜର ପରେ ଓଡିଶା ଆଣିବ ସିବିଆଇ

22

କନକ ବ୍ୟୁରୋ : କୋଲକାତା କୋର୍ଟରେ ହାଜର ପରେ ଗ୍ରୀନ୍ ରେ ଚିଟଫଣ୍ଡ ମୁଖ୍ୟଙ୍କୁ ଅଣାଯିବ ଭୁବନେଶ୍ୱର । ଗ୍ରୀନ୍ ରେ ଚିଟଫଣ୍ଡ ମୁଖ୍ୟ ମୀର ଶେରଉଦ୍ଦିନକୁ ଗତକାଲି କୋଲକାତାରୁ ଗିରଫ କରାଯାଇଥିବା ବେଳେ ଆଜି ରିମାଣ୍ଡରେ ଅଣାଯାଉଛି ଭୁବନେଶ୍ୱର । ଆଜି ପ୍ରଥମେ ତାକୁ କୋଲକାତା କୋର୍ଟରେ ହାଜର କରାଯିବ । ପରେ ତାଙ୍କୁ ଭୁବନେଶ୍ୱରକୁ ଆଣିବ ସିବିଆଇ ।

ତେବେ ଶେରଉଦ୍ଦିନକୁ କୋଲକାତା ସିବିଆଇ କାର୍ଯ୍ୟାଳୟରେ ରଖାଯାଇଥିବା ବେଳେ କନକ ନ୍ୟୁଜ୍ ହାତରେ ଲାଗିଛି ଫାଷ୍ଟ ଭିଜୁଆଲ୍ । ବହୁ ଦିନ ଧରି ଲୁଚ କାଳି ଖେଳ ପରେ ଗତକାଲି ସିବିଆଇ ହାତରେ ଧରା ପଡିଥିଲା ଗ୍ରୀନ ରେ ଇଂଟରନାସନାଲର ଏମଡି ମୀର ଶେରଉଦ୍ଦିନ । ନାଇଜେରିଆରୁ କୋଲକାତାକୁ ଆସୁଥିବା ବେଳେ ତାଙ୍କୁ ଗିରଫ କରିଥିଲା ସିବିଆଇ ।

ବାଲେଶ୍ୱର ଓ ଓଡ଼ିଶାର ଅନ୍ୟ ଅଂଚଳରୁ ଗ୍ରୀନ୍ ରେ ଚିଟଫଣ୍ଡ ସଂସ୍ଥା କୋଟି କୋଟି ଟଙ୍କା ଲୁଟି ନେଇଥିବା ଅଭିଯୋଗ ରହିଛି । ଏହି ସଂସ୍ଥା ସାରା ଦେଶରେ ୨ ହଜାର କୋଟି ଟଙ୍କା ଠକେଇ କରିଥିବା ବେଳେ ଓଡିଶାରୁ ୫ ଶହ କୋଟି ଟଙ୍କା ଠକେଇ କରିଥିବା ଜଣାପଡିଛି । ଶେରଉଦ୍ଦିନ ବିରୋଧରେ ଜମାକାରୀଙ୍କୁ ଉଚ୍ଚ ଆୟର ଲୋଭ ଦେଖାଇ କୋଟି କୋଟି ଟଙ୍କା ଲୁଟି ନେଇଥିବା ଅଭିଯୋଗ ରହିଛି  ।

ଦେଖନ୍ତୁ ଏହି ଭିଡିଓ :