ଆରମ୍ଭ ହେଲା ମିଶନ ଗ୍ରୀନ୍ ମହାନଦୀ । ସମ୍ବଲପୁରର ସମଲେଇ ଘାଟରୁ ଆରମ୍ଭ ହୋଇଛି ମହାନଦୀ ସବୁଜ ଅଭିଯାନ

55

କନକ ବ୍ୟୁରୋ: ଆରମ୍ଭ ହେଲା ମିଶନ ଗ୍ରୀନ୍ ମହାନଦୀ । ସମ୍ବଲପୁରର ସମଲେଇ ଘାଟରୁ ଆରମ୍ଭ ହୋଇଛି ମହାନଦୀ ସବୁଜ ଅଭିଯାନ । ବିଶ୍ୱ ପରିବେଷ ଦିବସ ଅବସରରେ ସମ୍ବଲପୁର ବିଧାୟିକା ରାସେଶ୍ୱରୀ ପାଣିଗ୍ରାହି ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ମହାନଦୀର ସୁରକ୍ଷା ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ମିଶନ ଗ୍ରୀନ ମହାନଦୀ । ଏହି ମିଶନରେ ମହାନଦୀର ଅବବାହିକାରେ ୧କିମି ଭିତରେ ସବୁଜ ବଳୟ ସୃଷ୍ଟି କରାଯିବ । ନଦୀର ଜଳସ୍ତର ଓ ଗଭୀର ଜଳସ୍ତର କିପରି ବୃଦ୍ଧି ପାଇବ ସେନେଇ ଉଦ୍ୟମ କରାଯାଉଛି । ବର୍ଷାଦିନେ ନଦୀବନ୍ଧର ମାଟି ଯେମିତି ମହାନଦୀ ଗର୍ଭକୁ ନଯାଇ ଗଭୀରତା ବଜାୟ ରହିବ ତାହା ହିଁ ଏହି ମିଶନର ଉଦେଶ୍ୟ । ଓଡିଶାରେ ୨୦ହଜାର ହେକ୍ଟର ମହାନଦୀ କୂଳରେ ୨କୋଟି ବୃକ୍ଷ ରୋପଣ କରାଯିବାର ଲକ୍ଷ୍ୟ ରଖାଯାଇଛି । ମହାନଦୀ ଓଡିଶାକୁ ପ୍ରବେଶ କରିଥିବା ଅଂଚଳରେ ମହାନଦୀ ବନ୍ଧର ଉଭୟ ପାଶ୍ୱର୍ରେ ଗଛ ଲଗାଯିବ ।

ମହାନଦୀ ଉପର ମୁଣ୍ଡରେ ବ୍ୟାରେଜ କରି ଛତିଶଗଡ ପାଣି ଅଟକାଇବା ପରେ ମହାନଦୀ ଲଢେଇ ଜୋରଦାର ହୋଇଛି । ମହାନଦୀ ପାଣି କୁ ନେଇ ଉଭୟ ରମଣ ସିଂ ସରକାର ଓ ନବୀନ ସରକାରଙ୍କ ମଧ୍ୟରେ ଲଢେଇ ଜାରି ରହିଥିବା ବେଳେ ମହାନଦୀକୁ ବଂଚାଇବା ପାଇଁ ଆରମ୍ଭ ହୋଇଛି ମିଶନ୍ ଗ୍ରୀନ୍ ମହାନଦୀ । ମହାନଦୀ କୂଳରୁ ୧କିମି ଭିତରେ ସବୁଜ ବଳୟ ସୃଷ୍ଟି କରିବାର ଲକ୍ଷ୍ୟ ରଖିଛି ଏହି ମିଶନ୍ । ନଦୀର ଜଳସ୍ତର ଓ ଗଭୀର ଜଳସ୍ତର କିପରି ବୃଦ୍ଧି ପାଇବ ସେନେଇ ଉଦ୍ୟମ କରାଯାଇଛି । ବର୍ଷା ଦିନେ ନଦୀବଂଧର ମାଟି ଯେମିତି ମହାନଦୀ ଗର୍ଭକୁ ନଯାଇ ଗଭୀରତା ବଜାୟ ରହିବ ତାହା ହିଁ ଏହି ମିଶନର ଉଦେଶ୍ୟ । ଓଡିଶାରେ ୨୦ହଜାର ହେକ୍ଟର ମହାନଦୀ କୂଳରେ ୨କୋଟି ବୃକ୍ଷ ରୋପଣ କରାଯିବାର ଲକ୍ଷ୍ୟ ରଖାଯାଇଛି ଆଜି ଠାରୁ ସମ୍ବଲପୁରରେ ଆରମ୍ଭ ହୋଇଛି ଗଛ ଲଗା କାମ ।

ତେବେ ରାଜ୍ୟ ସରକାରଙ୍କ ଏହି ମିଶନରେ ୩ଟି ବିଭାଗକୁ ସମ୍ପୃକ୍ତ କରାଯାଇଛି । ମହାନଦୀ କୂଳକୁ ସବୁଜିମା କରିବା ପାଇଁ ଜଙ୍ଗଲ ବିଭାଗ, ଉଦ୍ୟାନ ବିଭାଗ ଓ ଜଳ ସଂପଦ ବିଭାଗକୁ ଦାୟିତ୍ୱ ଦିଆଯାଇଛି । ଘରୋଇ ଯାଗାରେ ଗଛ ଲଗାଇବା ପାଇଁ ଜାଗା ମାଲିକଙ୍କୁ ମାଗଣାରେ ଫଳ ଗଛ ଚାରା ଦିଆଯିବା ସହ ଜମି ହିଡରେ ଲଗାଇବା ପାଇଁ ପରାମର୍ଶ ଦିଆଯିବ ।