ପରିବେଶ ପାଇଁ ସଂକଳ୍ପ। ବିଶ୍ୱକୁ ସବୁଜମୟ କରିବାକୁ ଅନ୍ତର୍ଜାତିକ ସବୁଜ ବାହିନୀ ପକ୍ଷରୁ ଆରମ୍ଭ ହେଲା ସବୁଜ ସଂଗ୍ରାମ। ୫ ଶହ ସବୁଜ ବାହିନୀ ନେବେ ମହାସଂକଳ୍ପ

ଅପରାହ୍ନରେ ବେଳାଭୂମିରେ ସଫେଇ; ସେପଟେ ପୁରୀରେ ସମ୍ବାଦ, ଆମ ଓଡିଶା ଓ କନକ ନ୍ୟୁଜ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ

169

କନକ ବ୍ୟୁରୋ: ଅମ୍ଲଜାନ ଅଭାବରେ ଏବେ ବିଶ୍ୱ ପରିସ୍ଥିତି ଭୟାବହ । ବିଭିନ୍ନ କାରଣରୁ ପରିବେଶ ପ୍ରଦୂଷିତ ହୋଇଛି । ଏଭଳି ପରିସ୍ଥିତିରେ ବିଶ୍ୱକୁ ସବୁଜମୟ କରିବାକୁ ସଙ୍କଳ୍ପ ନେଇ ଅନ୍ତର୍ଜାତୀୟ ସବୁଜ ବାହିନୀ ଆଜିଠାରୁ ଆରମ୍ଭ କରିଛି ସବୁଜ ସଂଗ୍ରାମ । ସ୍ୱେଚ୍ଛାସେବୀ ସଙ୍ଗଠନ ପ୍ରେରଣା ଓ ଓଡିଶା ଯୁବଚେତନା ସଙ୍ଗଠନ, ମିଶନ ଓଡିଶା, ନିର୍ମାଲ୍ୟ ଓ ଅଭିନନ୍ଦିକାର ମିଳିତ ସହଯୋଗରେ ଶ୍ରୀମନ୍ଦିର ସମ୍ମୁଖ ସିଂହଦ୍ୱାରରୁ ଏହି ସଂଗ୍ରାମ ଆରମ୍ଭ ହୋଇଛି ।

ଏଥିରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ୫ ଶହ ସବୁଜ ବାହିନୀକୁ ନେଇ ନେଇଛନ୍ତି ମହାସଂକଳ୍ପ । କାର୍ଯ୍ୟକ୍ରମରେ ବୁଦ୍ଧିଜୀବୀ, କଳାକାର, ସାହିତ୍ୟକ ଓ ବିଭିନ୍ନ ବର୍ଗରେ ଲୋକ ଯୋଗଦେଇଛନ୍ତି । ଏହାଛଡା ପୁରୀ ଜିଲ୍ଲାରେ ବୃକ୍ଷରୋପଣ ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ କରିଥିବା ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯିବ । ଅପରାହ୍ନରେ ପୁରୀ ବେଳାଭୂମିରେ ସବୁଜ ବାହିନୀ ଦ୍ୱାରା ସଫେଇ କରାଯିବ ।

ଅନ୍ୟପକ୍ଷରେ ପୁରୀରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଛି କିନ୍ନରଙ୍କ ରକ୍ତଦାନ ଶିବିର । ଏହି ଶିବିରରେ ୩୦ରୁ ଅଧିକ କିନ୍ନର ଯୋଗଦେଇ ରକ୍ତଦାନ କରିଛନ୍ତି । ସମ୍ବାଦ , ଆମ ଓଡିଶା ଓ କନକ ନ୍ୟୁଜ ପକ୍ଷରୁ ଏହି ରକ୍ତଦାନ ଶିବିରର ଆୟୋଜନ କରାଯାଇଛି । ରକ୍ତହୀନତା ଯୋଗୁଁ ସମାଜରେ ଅନେକ ଲୋକ ପ୍ରାଣ ହରାଉଛନ୍ତି । ତେଣୁ ରକ୍ତର ଅଭାବ ଯେଭଳି ନ ହେବ ସେଥପ୍ରତି ସମସ୍ତେ ଦୃଷ୍ଟିଦେବା ଆବଶ୍ୟକ ବୋଲି ମତପ୍ରକାଶ ପାଇଛି ।