ପଇଡ଼ ପାଣି ଶରୀର ପାଇଁ ଖୁବ୍ ଲାଭଦାୟକ : କିଡନୀ ସମସ୍ୟା ଥିଲେ ପିଅନ୍ତୁ ପଇଡ଼ ପାଣି

100

ଶରୀର ପାଇଁ ପଇଡ଼ ପାଣି ବହୁତ ହିତକାର । ଏହାକୁ ପିଇବା ଦ୍ୱାରା ଶରୀରରେ ଥିବା ବିଷାକ୍ତ ପଦାର୍ଥ ଦୂର ହୋଇଥାଏ । ଏହା ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବାରେ ସହାୟତା ହୋଇଥାଏ । ଆସନ୍ତୁ ଜାଣିବା ପଇଡ଼ ପାଣି ପିଇବା ଦ୍ୱାରା କ’ଣ ଉପକାର ମିଳିଥାଏ ।

– ଯଦି ଆପଣଙ୍କ ଶରୀରରେ କୋଲେଷ୍ଟେରଲ ବୃଦ୍ଧି ପାଏ, ତେବେ ମୋଟାପଣ ସମସ୍ୟା ସମ୍ଭାବନା ଅଧିକ । ସେଥିପାଇଁ ପ୍ରତିଦିନ ପଇଡ଼ ପାଣି ପିଇବା ଭଲ।

– ସକାଳୁ ପଇଡ଼ ପାଣି ପିଇବା ଶରୀର ପାଇଁ ଖୁବ ଲାଭଦାୟକ । ଯଦି ଆପଣ ସକାଳ ସମୟରେ ପଇଡ଼ ପାଣି ପିଉଛନ୍ତି, ତେବେ ଆପଣ ସାରାଦିନ ସକ୍ରିୟ ରହିବା ସହିତ କେବେ ବି କ୍ଲାନ୍ତ ଅନୁଭବ କରିବେନି ।

– ଥାଇରଏଡ ହର୍ମୋନ୍ସର ସନ୍ତୁଳନ ରକ୍ଷା କରିବା ପଇଡ଼ ପାଣି ଉପଯୋଗୀ । ସକାଳେ ପଇଡ ପାଣି ପିଇବା ଦ୍ୱାରା ଥାଇରଏଡ ହର୍ମୋନ ନିୟନ୍ତ୍ରଣ ହୋଇଥାଏ ।

– ପଇଡ଼ ପାଣି ପିଇବା ଦ୍ୱାରା କିଡନୀ ସୁସ୍ଥ ରୁହେ । ଏହା ୟୁରିନ ସଫା କରିବାରେ ସହାୟତା ହୋଇଥାଏ । ଏଥି ସହିତ କିଡ଼ନୀ ଷ୍ଟୋନକୁ ବଢିବାକୁ ଦିଏ ନାହିଁ ।

– ହାଡଫୁଟି ପାଇଁ ପଇଡ ପାଣି ଖୁବ ଜରୁରୀ । ଏଥିସହିତ ତ୍ୱଚାର ହାଡଫୁଟିର ଚିହ୍ନ ଲିଭାଇବା ପାଇଁ ମଧ୍ୟ ପଇଡ଼ ପାଣି ଭଲ କାମ କରେ । ଶରୀରରୁ ଘା’ର ଚିହ୍ନକୁ ବି ଦୂର କରିଥାଏ ପଇଡ଼ ପାଣି ।

– ପଇଡ଼ ପାଣିରେ ଖୁବ କମ୍ ପରିମାଣର କ୍ୟାଲୋରୀ ରହିଥିବା ହେତୁ ଏହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । କାହିଁକି ନା ଏହାର ପାଣି ପିଇବା ଫଳରେ ଖୁବ ଡେରି ପର୍ଯ୍ୟନ୍ତ ଭୋକ ହୋଇନଥାଏ । ଏହା ଫଳରେ ବାରମ୍ବାର ଖାଇବାର ଇଚ୍ଛା ହୁଏନି ।

– ତ୍ୱଚାକୁ ପୋଷଣ ଦେବା ସହିତ ପଇଡ଼ ପାଣି ପିଇବା ଲାଭଦାୟକ । ନଡ଼ିଆପାଣି ତ୍ୱଚାକୁ ନମନୀୟ କରିଥାଏ ।