ବନ୍ୟା ପରେ ଦାଉ ସାଜୁଛି ପରିବା ଦର ! ପିଆଜ, ଟମାଟୋ ଏବଂ କୋବି ଦାମ ଆକାଶ ଛୁଆଁ ହୋଇଥିବା ବେଳେ ୪ଶହ ଟଙ୍କାରେ ବିକ୍ରି ହେଉଛି କଞ୍ଚା ଲଙ୍କା ।

70

କେରଳରେ ଭୟଙ୍କର ବନ୍ୟା କାରଣରୁ ଅନେକ କ୍ଷୟକ୍ଷତି ହୋଇଛି । ଘର ଦ୍ୱାରା ସହ ଚାଷ ବାସ ମଧ୍ୟ ସବୁ ଉଜୁଡି ଯାଇଛି । ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଖାଇବା ତ ଦୁରର କଥା ଲୋକମାନେ ପିଇବା ପାଇଁ ପାଣି ଟିକିଏ ବି ପାଉନାହାନ୍ତି । ବନ୍ୟା ପରିସ୍ଥିତି ଟିକିଏ ସୁଧୁରି ଥିବା ବେଳେ ସେପଟେ ଦାଉ ସାଜିଛି ପନି ପରିବା ଦର ଦାମ । କୋଚି ଏବଂ ତାର ଆଖ ପାଖ ଅଞ୍ଚଳ ଗୁଡିକରେ ସାମାନ୍ୟ କଞ୍ଚାଲଙ୍କାର ଦାମ କିଲୋ ପିଛା ୪ଶହ ଟଙ୍କାରେ ବିକ୍ରି କରାଯାଉଛି ।

ସ୍ଥାନିୟ ଲୋକଙ୍କ କହିବା ଅନୁସାରେ, ବନ୍ୟାର ପ୍ରକୋପ ଟିକିଏ କମିବା ପରେ ଦୋକାନ ବଜାର ଖୋଲିବା ସମ୍ଭବ ହୋଇଥିଲା । କିନ୍ତୁ ଦୋକାନିମାନେ ପ୍ରତ୍ୟକଟି ଜିନିଷକୁ ଉଚ୍ଚ ଦରରେ ବିକ୍ରି କରି ଲାଭବାନ ହେବାକୁ ଚେଷ୍ଟା ଚଳାଇଛନ୍ତି । ଅନ୍ୟ ପନି ପରିବା କଥା ତ ଛାଡ ଏଠାରେ ସାମାନ୍ୟ କଞ୍ଚା ଲଙ୍କା କିଲୋ ୪ଶହ ଟଙ୍କାରେ ବିକ୍ରି ହେଉଛି । ଯାହା ଫଳରେ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦୋକାନିମାନେ ଏପରି ଭାବେ ଦର ଦାମକୁ ବୃଦ୍ଧି କରିଦେବା ନେଇ ସ୍ଥାନିୟ ଲୋକେ ନିକଟସ୍ଥ ଥାନାରେ ଅଭିଯୋଗ କରିଥିଲେ । ପରେ ପୋଲିସ ଏହି ଘଟଣା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରୁ ଦର ଦାମ କମିଥିଲା । ଦର ଦାମ କମିବା ପରେ ମଧ୍ୟ ଖାଦ୍ୟ ପଦାର୍ଥର ଦାମ ଏତେ ରହିଛି ଯାହା ଲୋକମାନଙ୍କ ପାଖରେ କିଣିବା ଅସମ୍ଭବ ହୋଇପଡିଛି । ଏବେ ବି କଞ୍ଚା ଲଙ୍କାର ଦର କମି କିଲୋ ପିଛା ୧୨୦ ଟଙ୍କା ରହିଛି ।

ପୋଲିସ ଦୋକାନିମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ପିଆଜ, ଟମାଟୋ ଏବଂ ବନ୍ଧା କୋବି ଭଳି ପରିବା ଗୁଡିକର ଦର କିଲୋ ପିଛା ୯୦ ଟଙ୍କା ରହିଥିଲା । ଦୋକିନିଙ୍କ କହିବା ଅନୁସାରେ, ଖାଦ୍ୟ ସାମଗ୍ରୀକୁ ଅଧିକ ଦାମରେ ବିକିବା ଛଡା ତାଙ୍କ ପାଖରେ ଆଉ କୌଣସି ବିକଳ୍ପ ନାହିଁ । କାରଣ ତାଙ୍କର ଟ୍ରାନ୍ସପୋର୍ଟଂ ଚାର୍ଜ ମଧ୍ୟ ବଢିଯାଇଛି । ଯାହା ଫଳରେ ଖାଦ୍ୟ ସାମଗ୍ରୀ ଅଧିକ ଦାମରେ ବିକ୍ରି କରାଯାଉଛି । ସେପଟେ ଅଧିକାରୀ ମାନେ ଦାବି କରି କହିଛନ୍ତି କି ଯଦି କୌଣସି ଦୋକାନି ଖାଦ୍ୟ ସାମଗ୍ରୀକୁ ଅଧିକ ଦାମରେ ବିକ୍ରି କରେ ତେବେ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।