ବୃଦ୍ଧାଶ୍ରମରେ ସ୍କୁଲ ଛାତ୍ରୀ ଜଣକ ବୃଦ୍ଧାଙ୍କୁ ଦେଖି କାନ୍ଦୁଥିବାର ଏହି ଦୃଶ୍ୟ ଆପଣଙ୍କୁ କରିଦେବ ଭାବବିହ୍ୱଳ । ଜାଣନ୍ତୁ ଏହି ଫଟୋ ପଛର ଭାଇରାଲ ସତ ।

71

ସୋଶିଆଲ ମିଡିଆରେ ଏକ କିଛିଦିନ ହେବ ଏକ ଫଟୋ ଖୁବ୍ ଭାଇରାଲ ହେଉଛି, ଯାହାକୁ ଅନେକ ନାମୀ ଲୋକ ବି ସେୟାର କରୁଛନ୍ତି। ଏହି ଫଟୋରେ ଜଣେ ସ୍କୁଲ ପୋଷାକ ପିନ୍ଧିଥିବା ଛାତ୍ରୀ ଜଣେ ବୃଦ୍ଧା ମହିଳାଙ୍କ ସହ ଦେଖିବାକୁ ମିଳୁଛି ଓ ଉଭୟଙ୍କ ଆଖିରୁ ଲୁହ ଝରୁଛି । ଏହି ଫଟୋ ଯେତିକି ଭାବୁକ, ତା’ ଠାରୁ ଅଧିକ ଭାବୁକ ଏହି ଫଟୋ ପଛର କାହାଣୀ । ଏହି ଫଟୋ ଟ୍ୱିଟର ଠାରୁ ଆରମ୍ଭ କରି ଫେସବୁକ୍ ପ୍ରତ୍ୟେକ ଜାଗାରେ ଦେଖିବାକୁ ମିଳୁଛି । କ୍ରିକେଟର ହରଭଜନ ସିଂହ ଓ ଆଇପିଏସ୍ ଅଧିକାରୀ ନବନୀତ ସିକେରା ମଧ୍ୟ ଏହି ଫଟୋକୁ ସେୟାର କରିଛନ୍ତି ।

ଆଇପିଏସ୍ ଅଧିକାରୀ ନବନିତ ସିକେରା ଏହି ଫଟୋକୁ ସେୟାର କରି ଲେଖିଛନ୍ତି, ଫଟୋ ପଛର ଘଟଣା ପଢ଼ି ମୁଁ ନିଶବ୍ଦ। ସେହିପରି କ୍ରିକେଟର ହରଭଜନ୍ ସିଂହ ବି ଏହି ଫଟୋକୁ ଟ୍ୱିଟରରେ ସେୟାର କରିଛନ୍ତି। ବିବିସି ଅନୁସାରେ ଏହି ଫଟୋ ୨୦୦୭ ମସିହାର ବୋଲି କୁହାଯାଉଛି, ଏହାକୁ କଲପେସନ୍ ବାଛେଛ ନାମକ ଜଣେ ଫଟୋଗ୍ରାଫର ନିଜ କ୍ୟାମେରା କଏଦ୍ କରିଥିଲେ।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବୃଦ୍ଧା ମହିଳାଙ୍କ ସହିତ ସ୍କୁଲ ପୋଷାକ ପିନ୍ଧିଥିବା ଛାତ୍ରୀଙ୍କ ଫଟୋକୁ ଦେଖିଲେ ଯେକେହି ଭାବବିହ୍ଵଳ ହୋଇ ଉଠୁଛି। ଫଟୋରେ ଦେଖିବାକୁ ମିଳୁଥିବା ବୃଦ୍ଧା ମହିଳା ଓ ସ୍କୁଲ ପୋଷାକରେ ଥିବା ଛାତ୍ରୀ ପରସ୍ପରକୁ ପ୍ରାୟ ୨ ବର୍ଷ ପରେ ଭେଟୁଛନ୍ତି। ଏହି ବୃଦ୍ଧା ଜଣକ ହେଉଛନ୍ତି ଉକ୍ତ ଛାତ୍ରୀଙ୍କ ଜେଜେମା’, ଯାହାଙ୍କୁ ତାଙ୍କ ବୃଦ୍ଧାଶ୍ରମରେ ଛାଡିଦେଇଥିଲେ । ଛାତ୍ରୀ ଜଣକ ତା’ ମାତା-ପିତାଙ୍କୁ ବାରମ୍ବାର ତା’ ଜେଜେମା’ଙ୍କ ବିଷୟରେ ପଚାରୁଥିଲା । ତା’ ମାତା-ପିତା ସବୁବେଳେ ଏହା କହୁଥିଲେ ଯେ, ସେ ତାଙ୍କର କୈାଣସି ସଂପର୍କୀୟଙ୍କ ଘରକୁ ଯାଇଛନ୍ତି ଓ ଶୀଘ୍ର ଫେରିବେ । ଝିଅକୁ ନିଜ ଜେଜେମା’ ଙ୍କ ସତ୍ୟତା ସେତେବେଳେ ଜଣାପଡିଲା ଯେତେବେଳେ ସେ ସ୍କୁଲ ତରଫରୁ ଏକ ବୃଦ୍ଧାଶ୍ରମ ଗଲା । କୈାଣସି ସଂପର୍କୀୟଙ୍କ ଘରେ ନୁହେଁ ବରଂ ବୃଦ୍ଧାଶ୍ରମରେ ତା’ ଜେଜେମା ରହୁଥିବା ଜାଣିଲା । ବର୍ଷେ ପରେ ପରସ୍ପରଙ୍କୁ ଦେଖି ଜେଜେମା’ ଓ ନାତୁଣୀ ଭୋ ଭୋ କାନ୍ଦି ଉଠିଲେ ।