ଟ୍ୱିନ୍ ସିଟିରେ ‘ଗ୍ରେସ୍ ଏ ମିଲ୍’ ଅଭିଯାନ! ଶସ୍ତାରେ କୁପନ୍ କିଣି ହୋଟେଲ୍ ଓ ରେଷ୍ଟୁରାଂଟରେ ଗରିବ ଲୋକଙ୍କୁ ଦିଅନ୍ତୁ ଖାଇବାକୁ

23

କନକ ବ୍ୟୁରୋ : ଏସି ରୁମ୍ ସାଂଗକୁ ପରିଷ୍କାର ପରିଛନ୍ନତା ସହ ସୁସ୍ୱାଦୁ ଖାଦ୍ୟ । ଏସବୁ କେବଳ ମିଳିପାରେ ରେଷ୍ଟୁରାଂଟରେ ଓ ଦାମୀ ହୋଟେଲରେ । ଆଉ ଦିନକୁ ଦିନ ଟ୍ୱିନ ସିଟି କଟକ-ଭୁବନେଶ୍ୱରର ଲୋକମାନେ ଏଭଳି ରେଷ୍ଟୁରାଂଟରେ ଖାଇବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ଅନ୍ୟପଟେ କିନ୍ତୁ ଏମିତି ବି କିଛି ଅଛନ୍ତି ଯଉଁମାନେ ପେଟପୁରା ତ ଦୁରେ ଥାଏ ଓଳିଏ ବି ଖାଇବାକୁ ପାଉନାହାଁନ୍ତି । ଆଉ ଏହାକୁ ନଜରରେ ରଖି ଭୁବନେଶ୍ୱରର ଫୁଡ ଫାଇଣ୍ଡୋ ନାମକ ଏକ ସ୍ୱେଛାସେବୀ ଗ୍ରୁପ୍ ଆରମ୍ଭ କରିଛି ଗ୍ରେସ ଏ ମିଲ୍ ଯୋଜନା ।

ଏହି ଯୋଜନାରେ ଆପଣ ରେଷ୍ଟୁରାଂଟରେ ଖାଉଥିଲେ ଖାଇବା ପରେ ଅତି କମ ମୂଲ୍ୟରେ ଏହି କୁପନକୁ କିଣିବେ । ଆଉ ଆପଣଙ୍କ ଏହି କୁପନର ଅର୍ଥରାଶିରେ ସଂପୃକ୍ତ ହୋଟେଲ କିଛି ଅର୍ଥ ମିଶାଇ ସମାଜରେ ଅବହେଳିତ ଲୋକଙ୍କୁ ଖାଇବାକୁ ଦେବ ।

ବର୍ତ୍ତମାନ କଟକର ମୋତିମହଲ ରେଷ୍ଟୁରାଂଟ ସହ ଏହି ଅନୁଷ୍ଠାନ ପକ୍ଷରୁ ଚୁକ୍ତି କରାଯାଇଛି । ଯାହାଫଳରେ ଆପଣ ଏଠାରେ ଖାଇବା ଦ୍ୱାରା ସିଧାସଳଖ ଜଣେ କ୍ଷୁଧାର୍ତ ବି ଆପଣଙ୍କ ସାହାଯ୍ୟରେ ଖାଇପାରିବ ।