ସାବଧାନ ! ମୋବାଇଲ ଫୋନକୁ ଆସୁଛି ନୂଆ ଧରଣର ଭାଇରସ, ବ୍ୟାଙ୍କ ତଥ୍ୟ ଠାରୁ ଆରମ୍ଭ କରି ବ୍ୟକ୍ତିଗତ ତଥ୍ୟ କରୁଛି ଚୋରି, ଜାଣନ୍ତୁ ଭାଇରସର ନାଁ

49

ଯଦି ଆପଣ ସ୍ମାର୍ଟଫୋନ ବ୍ୟବହାର କରୁଥାନ୍ତି ତେବେ ସାବଧାନ ହୋଇ ଯାଆନ୍ତୁ । କାରଣ ସିକ୍ୟୁରିଟି ଏକ୍ସପର୍ଟ ଏକ ନୂଆ ଭାଇରସ ଖୋଜି ପାଇଛନ୍ତି । ଏହି ଭାଇରସଟି Google Play MarketPlace ନାମରେ ମୋବାଇଲ ୟୁଜର୍ସଙ୍କ ପାଖରେ ପହଞ୍ଚିବା ସହ ଅତି ସହଜରେ ସମସ୍ତ ବ୍ୟକ୍ତିଗତ ତଥ୍ୟ ଚୋରାଇ ନେଉଥିବା ଜଣାପଡିଛି । ସିକ୍ୟୁରିଟି ଏକ୍ସପର୍ଟ ଏହି ଭାଇରସର ନାମ GPlayed ଦେଇଛନ୍ତି ।

ଏହି ଭାଇରସ ହ୍ୟାକର୍ସକୁ ଆପଣଙ୍କ ସ୍ମାର୍ଟଫୋନର ପ୍ରତିଟି ଗତିବିଧି ଉପରେ ନଜର ରଖିବାକୁ ଅନୁମତି ଦେଇଥାଏ ।ଏହାଛଡା ଏହି ଭାଇରସ ଜରିଆରେ ହ୍ୟାକର ୟୁଜର୍ସଙ୍କ ଫୋନର ବିଭିନ୍ନ ଫିଚରକୁ କଣ୍ଟ୍ରୋଲ କରିବା ସହ ମୋବାଇଲ ବ୍ୟାଙ୍କିଙ୍ଗର ସମସ୍ତ ତଥ୍ୟ ବେଶ ସହଜରେ ଚୋରାଇ ନେଇଥାଏ ।

ସିକ୍ୟୁରିଟି ଏକ୍ସପର୍ଟ ଏହି GPlayed ଭାଇରସକୁ ଖୋଜିବା ପରେ ଏହାର କୋର୍ଡ ବିଶ୍ଲେଷଣ କରିଥିଲେ । ଏକ୍ସପର୍ଟଙ୍କ କହିବା ଅନୁଯାୟୀ, ଏହି ଭାଇରସ ନାମରେ ୟୁଜର୍ସଙ୍କୁ ଧୋକା ଦେଇଥାଏ । ଏହାର ଆଇକନ ମଧ୍ୟ ଠିକ୍ ଗୁଗଲ ଭଳି । ଏହି ଭାଇରସ ମୋବାଇଲକୁ ଆସିବା ମାତ୍ରେ ୟୁଜର୍ସଙ୍କ ଫୋନ ଉପରେ ହ୍ୟାକର୍ସ ମାନେ କଣ୍ଟ୍ରୋଲ କରିଥାନ୍ତି । ଥରେ ଆପଣଙ୍କ ତଥ୍ୟ ହ୍ୟାକର୍ସ ହାତରେ ଲାଗିଲେ ବ୍ୟାଙ୍କ ସମ୍ପର୍କିତ ତଥ୍ୟ ଓ ବ୍ୟକ୍ତିଗତ ତଥ୍ୟ ଚୋରି ହେବାର ସମ୍ଭାବନା ରହିଥାଏ । ଏହାଛଡା ଏହି ଭାଇରସ ଦ୍ୱାରା ହ୍ୟାକର୍ସ ଆପଣଙ୍କ ଫୋନ ଲକ୍ କରିବା ଠାରୁ ଆରମ୍ଭ କରି ଡାଟା ଡିଲିଟ କରିବା, କଲ କରିବା ଏପରିକି ବିଭିନ୍ନ ଆପ ମଧ୍ୟ ଲଞ୍ଚ କରି ପାରିବେ ।