ଉପଭୋକ୍ତାଙ୍କ ହାତରେ ରହିବ ବିଦ୍ୟୁତ ଯୋଗାଣ କମ୍ପାନୀ ଗୁଡ଼ିକର ଲଗାମ୍ ! ୨୦୧୯ ନିର୍ବାଚନ ପୂର୍ବରୁ ମୋଦି ସରକାର କରିବେ ବିରାଟ ପରିବର୍ତ୍ତନ

19

୨୦୧୯ରେ ହେବାକୁ ଥିବା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ମୋଦି ସରକାର ଏକ ବଡ଼ ପଦକ୍ଷେପ ନେଇପାରନ୍ତି । ସରକାର ବଜେଟ୍ ସେସନରେ ଇଲେକ୍ଟ୍ରିସିଟି ଆମେଣ୍ଟମେଂଟ ଆକ୍ଟ ଉପସ୍ଥାପନ କରିବେ । ଉପଭୋକ୍ତାଙ୍କ ହାତରେ ବିଦ୍ୟୁତ ଯୋଗାଣ କମ୍ପାନୀ ଗୁଡ଼ିକର ଲଗାମ ରହିବ । ଆକ୍ଟ ଅନୁସାରେ ଗୋଟିଏ ଅଂଚଳରେ ଏକରୁ ଅଧିକ କମ୍ପାନୀ ବିଦ୍ୟୁତ ଯୋଗାଇବ । ଯଦ୍ୱାରା ଉପଭୋକ୍ତାଙ୍କୁ ପସନ୍ଦ ନହେଲେ ମୋବାଇଲ ପରି ବିଦ୍ୟୁତ ଯୋଗଣ କମ୍ପାନୀକୁ ମଧ୍ୟ ସେମାନେ ବଦଳାଇପାରିବେ । ଶକ୍ତି ମନ୍ତ୍ରାଳୟର ଅଧକାରୀମାନେ ଦାବି କରିଛନ୍ତି ଏହି ନିଷ୍ପତ୍ତି ଅନେକ କିଛି ଆଖିଦୃଶିଆ ପରିବର୍ତ୍ତନ କରିବ ।

ବିଦ୍ୟୁତ ଯୋଗାଣକାରୀ କଂପାନିଙ୍କ ଉପରେ ଅସନ୍ତୁଷ୍ଟ ଥିବା ଗ୍ରାହକମାନଙ୍କ ପାଇଁ ଏହା ଖୁସି ଖବର । ସରକାରଙ୍କ ନିୟମ ଅନୁସାରେ ଗ୍ରାହକମାନେ ନିଜର ବିଦ୍ୟୁତ ସଂଯୋଗକୁ ବଦଳାଇପାରିବେ । ଗୋଟିଏ ସ୍ଥାନରେ ଯଦି ଏକାଧିକ କଂପାନି ବିଦ୍ୟୁତ ଯୋଗାଣ କରୁଥାନ୍ତି, ତେବେ ଅସନ୍ତୁଷ୍ଟ ଗ୍ରାହକ ନିଜ କଂପାନି ଛାଡ଼ି ଅନ୍ୟ ଉପଲବ୍ଧ କଂପାନିର ବିଦ୍ୟୁତ ସଂଯୋଗ ନେଇପାରିବେ । ଫଳରେ ଗ୍ରାହକମାନେ ସୁଲଭ ମୂଲ୍ୟରେ ବିଦ୍ୟୁତ ସେବା ପାଇପାରିବେ । ରାଜ୍ୟଗୁଡ଼ିକର ଚିନ୍ତାକୁ ଦୂର କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ନିୟମ ଲାଗୁ କରିବାର କୌଣସି ସମୟ ସୀମା ଧାର୍ଯ୍ୟ କରାଯିବ ନାହିଁ । ଫଳରେ ରାଜ୍ୟଗୁଡ଼ିକ ନିଜକୁ ପ୍ରଥମେ ଭଲ ଭାବେ ପ୍ରସ୍ତୁତ କରିବା ପରେ ନିୟମକୁ କାର୍ଯ୍ୟକାରୀ କରିବେ । କେନ୍ଦ୍ର ସରକାର ବିଦ୍ୟୁତ ନିୟମ ୨୦୦୩ରେ ସଂଶୋଧନ ଆଣିବା ଉପରେ କାମ କରୁଛନ୍ତି । ବିଦ୍ୟୁତ ଯୋଗାଣ ଏବଂ ରକ୍ଷଣାବେକ୍ଷଣ ସେବାକୁ ଅଲଗା କରିବା ଏବଂ ଗୋଟିଏ ଅଞ୍ଚଳ ପାଇଁ ଏକାଧିକ ବିଦ୍ୟୁତ ଯୋଗାଣ ଲାଇସେନ୍ସ ପ୍ରଦାନ କରିବା ପାଇଁ ସରକାର ଚାହୁଁଛନ୍ତି । ବର୍ତ୍ତମାନ ବିଦ୍ୟୁତ ଯୋଗାଣକାରୀ କଂପାନିଗୁଡ଼ିକ ଯେଉଁ ଅଞ୍ଚଳ ପାଇଁ ଲାଇସେନ୍ସ ହାସଲ କରିଛନ୍ତି ସେହି ଅଞ୍ଚଳର ପରିଚାଳନା ଏବଂ ରକ୍ଷଣାବେକ୍ଷଣ ଉଭୟ ଦାୟିତ୍ୱ ନିର୍ବାହ କରୁଛନ୍ତି ।

ଇଲେକ୍ଟ୍ରିସିଟି ଆମେଣ୍ଟମେଂଟ ଆକ୍ଟ କ’ଣ ?

ଏବେ ଦେଶରେ ଇଲେକ୍ଟ୍ରିସିଟି ଆକ୍ଟ ୨୦୦୩ ଲାଗୁ ହୋଇଛି । ଏହି ଆକ୍ଟ ଅନୁସାରେ ଅନୁସାରେ ତିନୋଟି କମ୍ପାନି ତିଆରି କରାଯାଇଥିଲା । ତେବେ ବିଦ୍ୟୁତ ଯୋଗାଣ ପାଇଁ ୩ଟି କମ୍ପାନୀକୁ ଦାୟିତ୍ୱ ଦେଇଥିଲେ ହେଁ ପାଖାପାଖି ୧୦ ବର୍ଷ ପରେ କିଛି ଖାସ୍ ସୁଧାର ଆସି ନାହିଁ । ଏହାକୁ ଦୃଷ୍ଟିରେ ରଖି ୨୦୧୪ରେ ଏକ ଆମେଣ୍ଡମେଂଟ ଡ୍ରାପ୍ଟ ତିଆରି କରାଗଲା । ବିଦ୍ୟୁତ ଯୋଂଗାଣ କରୁଥିବା କମ୍ପାନୀକୁ ଦୁଇ ଭାଗରେ ବିଭକ୍ତ କରିବା ପାଇଁ ପ୍ରସ୍ତାବ ରଖାଗଲା ଯଦ୍ୱାରା ଗୋଟିଏ ଅଂଚଳେ ବିଦ୍ୟୁତ ଯୋଗଣ ପାଇଁ ଏକରୁ ଅଧିକ କମାନୀକୁ ଦାୟିତ୍ୱ ଦିଆଯିବ । ଯାହାଦ୍ୱାରା କମ୍ପାନୀଗୁଡ଼ିକ ମଧ୍ୟରେ ପ୍ରତିଯୋଗିତା ହେବ । ଆଉ ଉପକୃତ ହେବେ ଗ୍ରାହକ ।

କ’ଣ ହେବ ଲାଭ ?

ତେବେ ବଜେଟ୍ ସେସନରେ ନିୟମ ଲାଗୁ ହେବା ପରେ ବିଦ୍ୟୁତ ଯୋଗାଣକାରୀ କମ୍ପାନୀ ଏକ ସବ ଷ୍ଟେସନକୁ ବିଦ୍ୟୁତ ଯୋଗାଇବ । ଯଦ୍ୱାରା ଏକ ଅଂଚଳରେ କଲୋନୀରେ ବିଦ୍ୟୁତ ଯୋଗାଇବା ପାଇଁ ଅନେକ କମ୍ପାନୀ ହାତରେ ରହିବ । ଏଥିରେ ଉପଭୋକ୍ତା ଲାଭାବନ ହେବ । ଭଲ ଗୁଣରର ବିଦ୍ୟୁତ୍ ଯୋଗଣ ହୋଇପାରିବ । ଏହାସହ ନିୟମ ଅନୁସାରେ ବିଦ୍ୟୁତ କମ୍ପାନୀ ୨୪ ଘଂଟା ବିଜୁଳି ନଯୋଗାଇଲେ କମ୍ପାନୀ ଉପଭୋକ୍ତାଙ୍କୁ ଦେବେ ଜୋରିମାନା ।