ଆଧାରରେ ଅର୍ଥ କାରବାର ! ଆସୁଛି କେନ୍ଦ୍ର ସରକାରଙ୍କ ଆଧାର୍ ଡିଜିଟାଲ୍ ଆପ୍

69

କନକ ବ୍ୟୁରୋ : ନୋଟବନ୍ଦର ୪୮ ଦିନରେ କେନ୍ଦ୍ର ସରକାରଙ୍କ ନୂଆ ଯୋଜନା । କ୍ୟାସଲେସ୍ ଟ୍ରାନଜାକସନକୁ ଆହୁରି ଗତିଶୀଳ କରିବାକୁ ଆଉ କିଛି ସମୟ ପରେ ଲଂଚ୍ କରିବେ ଆଧାର ପେମେଂଟ୍ ଆପ୍ । ଏହାଦ୍ୱାରା ନଗଦ ଟଙ୍କା ପାଇଁ ଆଉ ଲମ୍ବା ଧାଡିରେ ଛିଡା ହେବାକୁ ପଡିବନି । ପକେଟରେ ଏଟିଏମ୍ ଧରି ସବୁଆଡେ ବୁଲିବାକୁ ପଡିବନି । ବିନା ଟଙ୍କା ବିନା ଏଟିଏମରେ କରିପାରିବେ କିଣାବିକା । ବାସ୍ ଏଥିପାଇଁ ଆପଣଙ୍କୁ ମନେ ରଖିବାକୁ ପଡିବ ଆପଣଙ୍କ ଅଧାର ଡିଜିଟାଲ୍ ଆପ୍ ।

ଅର୍ଥାତ୍ କେବଳ ଆଧାର ନମ୍ବର ଏଣ୍ଟ୍ରି କଲେ ଆପଣ କରି ପାରିବେ ଡିଜିଟାଲ୍ ପେମେଣ୍ଟ୍ । ବିନା ଡେବିଟ୍ କି କ୍ରେଡିଟ୍ କାର୍ଡରେ ଏଣିକି ଟ୍ରାନଜାକ୍ସନ୍ ସମ୍ଭବ ହୋଇପାରିବ । ଏପରିକି ଯଦି ଆପଣଙ୍କ ପାଖରେ ସ୍ମାର୍ଟ ଫୋନ୍ ନାହିଁ କି ଇଣ୍ଟରନେଟ୍ ନାହିଁ ତଥାପି ଆପଣ ପେମେଣ୍ଟ୍ କରିପାରିବେ । ଏଥିପାଇଁ ବ୍ୟବସାୟୀ ବା ଦୋକାନୀଙ୍କୁ ଏହି ଆପ୍ ଇନଷ୍ଟଲ୍ କରିବାକୁ ପଡିବ । ଆଉ ଗ୍ରାହକ , ଦୋକାନୀଙ୍କ ମୋବାଇଲରେ ନିଜ ଆଧାର ନମ୍ବରକୁ ଇନଷ୍ଟଲ୍ କରିବେ ।

ମାତ୍ର ୨୦୦୦ ଟଙ୍କା ଦେଇ ବାୟୋମେଟ୍ରିକ୍ ରିଡର୍ ସହ ସ୍କାନ୍ , ପାସୱାର୍ଡ ଭଳି କାମ କରିବ । ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ, ଆଇଡିଏଫସି ବ୍ୟାଙ୍କ୍ ଓ ନ୍ୟାସନାଲ୍ ପେମେଣ୍ଟସ୍ କର୍ପୋରେସନ୍ ସହ ହାତ ମିଳାଇ ଏହି ଆପ୍ ପ୍ରସ୍ତୁତ କରିଛି ।

ତଥ୍ୟ କହୁଛି, ଦେଶର ୪୦ କୋଟି ଆଧାର କାର୍ଡ ବ୍ୟାଙ୍କ୍ ସହ ଲିଙ୍କ୍ ହୋଇ ସାରିଛି । ଯାହାକି ଦେଶରେ ରହୁଥିବା ଯୁବକଙ୍କ ସଂଖ୍ୟାର ଅଧା । ତେଣୁ ଆଶା କରାଯାଉଛି ଗାଁ ଗହଳିରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ , ଆଧାର ଆପର ବ୍ୟବହାର ଡିଜିଟାଲ୍ ଟ୍ରାନଜାକ୍ସନକୁ ଆହୁରି ଗତିଶୀଳ କରାଇ ପାରିବ ।