ବେକାର ଯୁବକ ଯୁବତୀଙ୍କୁ ଆୟ କରିବାର ସୁଯୋଗ ଦେଉଛନ୍ତି ସରକାର ! ୧୧ ଡିସେମ୍ବର ପର୍ଯ୍ୟନ୍ତ କରନ୍ତୁ ଆବେଦନ

96

ଭାରତରେ ବେକାରି ସମସ୍ୟା ହୁତୁ ହୁତୁ ହୋଇ ବଢ଼ୁ ଚାଲିଛି । ଆମ ଦେଶରେ ଏବେ ଏହା ଏକ ପ୍ରମୁଖ ସମସ୍ୟା । ଉଚ୍ଚ ଶିକ୍ଷିତ ହେଲେ ମଧ୍ୟ ମିଳୁନି ଚାକିରି । ତେବେ କେବଳ ଚାକରି କରି ଯେ ଆୟ କରିହେବ ସେପରି ନୁହେଁ, ଭଲ ରୋଜଗାର ପାଇଁ ଅନେକ ରେଜାଗାର ପନ୍ଥା ରହିଛି । ଭାରତରେ ବତ୍ତର୍ମାନ ଇଲେକ୍ଟ୍ରୋନିକ୍ସ ବଜାର ବଢ଼ିବାରେ ଲାଗିଛି । ଆଉ ଏଥିଯୋଗୁଁ ବିଦେଶୀ କମ୍ପାନୀ ଆମ ଦେଶକୁ ବ୍ୟବସାୟ ପାଇଁ ଆସୁଛିନ୍ତି । କିନ୍ତୁ କୁଶଳୀ କାରିଗର ନମିଳିବାରୁ କାମ ଭଲରେ ହୋପାରୁନି । କିମ୍ବା ଭାରତୀୟ ବିଦେଶୀ କମ୍ପାନୀ ଠାରୁ ଲାଭ ଉଠାଇ ପାରୁ ନାହାନ୍ତି । ତେବେ ଦେଶର ବେକାରୀ ସମସ୍ୟାକୁ ଧ୍ୟାନରେ ରଖି ସରକାର ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ସଜାଡ଼ିବାର ପ୍ରଶିକ୍ଷଣ ଦେଉଛନ୍ତି । ଏହି ପ୍ରଶିକ୍ଷଣ ପ୍ରତିଷ୍ଠିତ କମ୍ପାନୀ ସାମସଙ୍ଗ ସହ ମିଶି ଦିଆଯାଉଛି ।

ସୂଚନାଯୋଗ୍ୟ ଏନେଇ ୭ ପ୍ରକାର ପ୍ରଶିକ୍ଷଣ ଦିଆଯାଉଛି । ପ୍ରଥମେ ଏଲଇଡ଼ି, ଏଲସିଡ଼ି, ପ୍ଲାଜମା, ଟିଭି ହୋମ ଥିଏଟର ଓ ପରେ ଟାବଲେଟ୍, ମୋବାଇଲ ପୋନ୍, ସ୍ମାର୍ଟଫୋନ୍ ସଜାଡ଼ବାର ପ୍ରଶିକ୍ଷଣ ଦିଆଯାଉଛି । ଏହି ଦୁଇ ପ୍ରଶିକ୍ଷଣର ସମୟସୀମା ରହିଛି ୩ ମାସ । ଯଦି ଆପଣ ଯୁକ୍ତ ୨, ଆଇଟିଆଇ, ଇଞ୍ଜିନିୟରିଂ, ଡିପ୍ଲୋମା ଡିଗ୍ରିଧାରୀ ଅଟନ୍ତି ତେବେ ଆପଣ ହି ପ୍ରଶିକ୍ଷଣ ନେଇପାରିବେ । ଏଥିପାଇଁ ଆପଣଙ୍କୁ ମାତ୍ର ୧୫୦୦୦ ଟଙ୍କ ଖର୍ଚ୍ଚ କରିବା ପାଇଁ ପଡ଼ିବ ।

ଯଦି ଆପଣ ଏସି, ଫ୍ରିିଜ, ୱାସିଙ୍ଗ ମେସିନ୍ , ମାଇକ୍ରୋୱେଭ, ଆଦି ପାଇଁ ପ୍ରଶିକ୍ଷଣ ନେବା ପାଇଁ ଚାହୁଁଛନ୍ତି, ଆପଣ ୧୧ ଡିସେମ୍ବର ପୂର୍ବରୁ ଆବେଦନ କରନ୍ତୁ । ଏହା ୪ ମାସର କୋର୍ସ ଅଟେ । ଏହାର କୋର୍ସ ଫି ରହିଛି ୨୦ ହଜାର । ଯଦି ଆପଣ କମ୍ ଖର୍ଚ୍ଚରେ କୌଣସି କୋର୍ସ କରିବା ପାଇଁ ଚାହୁଁଛନ୍ତି, ତେବେ ଆପଣ ଅଟୋକାର୍ଡ଼ ଓ ପିଏଲସି ପ୍ରୋଗ୍ରାମିଙ୍ଗ୍ କୋର୍ସ କରିପାରିବେ । ଏହି କୋର୍ସ ର ସମୟସୀମା ୪ ସପ୍ତାହ । ଏଥିପାଇଁ ଅପାଣଙ୍କ ପାଖରେ ଡିପ୍ଲୋମା କିମ୍ବା ଆଇଟିଆଇ ସାର୍ଟିଫିକେଟ୍ ରହିବା ଜରୁରୀ ।

ସୂଚନାଯୋଗ୍ୟ ଏହା ପ୍ରଶିକ୍ଷଣ ୧୧ ଡିସେମ୍ବରରୁ ଆରମ୍ଭ୍ ହେବ । ଏଥିପାଇଁ ଆପଣ ଯଦି ଏହି ପ୍ରଶିକ୍ଷଣ ନେବା ପାଇଁ ଚାହୁଁଛନ୍ତି, ତେବେ ୧୧ ଡିସେମ୍ବର ପୂର୍ବରୁ ଆପଣଙ୍କୁ ଅବେଦେନ କରିବା ପାଇଁ ପଡ଼ିବ । ଆବେଦନ ପାଇଁ କର୍ଣ୍ଣାଟସ୍ପ୍ଲସ୍, ନୂଆ ଦଲ୍ଲୀ ସ୍ଥିତ ଏମଏସଏମଇ ଏକ୍ସଟେନସନ ସେଂଟରରେ ଫର୍ମ ମିଳିବ । ଏଥି ସମ୍ମନ୍ଧୀୟ ବିସ୍ତୃୃତ ବିବରଣୀ ପାଇଁ ୯୯୯୯୯୪୮୩୧୭, ୯୭୭୩୮୩୦୮୭୦, ୦୧୧-୨୩୪୧୨୬୧୧ ନମ୍ବରରେ ସମ୍ପର୍କ କରନ୍ତୁ ।