ବିଦା ହେଲେ ଦୁର୍ନୀତିଗ୍ରସ୍ତ : ତିନି ପୋଲିସ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର, ଟ୍ୱିଟ୍ କରି ସୂଚନା ଦେଲେ ଡିଜିପି

759

କନକ ବ୍ୟୁରୋ : ବିଦା ହେଲେ ଦୁର୍ନୀତିଗ୍ରସ୍ତ । ତିନି ପୋଲିସ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର ନେଇ ସୂଚନା ଦେଲେ ଡିଜିପି । କ୍ଷମତାର ଦୂରୂପଯୋଗ କରିବା ଅଭିଯୋଗରେ ତିନି ଜଣ ପୋଲିସ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ନେଇ ଟୁଇଟ୍ କରି ସୂଚନା ଦେଲେ ଡିଜିପି ।

ସବଇନିସପେକ୍ଟର ବନମାଳୀ ନାୟକ,ଏଏସଆଇ ବୀରବର ଲେଙ୍କା ଓ କିଶୋର ବାଗଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଓଡିଶା ସର୍ଭିସ କୋର୍ଡ ରୁଲ୍ -୭୧ ଅନୁସାରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏହାପୂର୍ବରୁ ମଧ୍ୟ ଅନେକ ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ଚାକିରି କାଳ ସରିବା ପୂର୍ବରୁ ବାଧ୍ୟତାମୂଳକ ଅବସର ଦେଇ ବିଦା କରିଛନ୍ତି ରାଜ୍ୟ ସରକାର । ଅକ୍ଟୋବର ୨ ତାରିଖରୁ ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ କରି ଶାସନକୁ ଲୋକାଭିମୁଖୀ କରିବାକୁ ଉଦ୍ୟମ କରୁଛନ୍ତି ରାଜ୍ୟ ସରକାର ।  ଦୁର୍ନୀତିକୁ ବରଦାସ୍ତ କରାଯିବ ନାହିଁ ବୋଲି ଅଧିକାରୀଙ୍କୁ ତାଗିଦ କରାଯାଉଛି ।