ସୁନା ଗହଣା ପାଇଁ ହଲମାର୍କ ବାଧ୍ୟତାମୂଳକ

84

କନକ ବ୍ୟୁରୋ: କେନ୍ଦ୍ର ସରକାର ସମସ୍ତ ପ୍ରକାର ସୁନା ଗହଣା ପାଇଁ କ୍ୟାରେଟ୍ ପରିମାଣ ସହିତ ହଲମାର୍କକୁ ବାଧ୍ୟତାମୂଳକ କରିବା ଯୋଜନା ପ୍ରସ୍ତୁତ କରିଛନ୍ତି । ଆସନ୍ତା ଜାନୁଆରିଠାରୁ ଏହି ନୂଆ ନିୟମ ଲାଗୁ କରିବା ଉପରେ ବିଚାର କରାଯାଉଛି । ଏ ବିଷୟରେ ସୂଚନା ଦେଇ ଖାଦ୍ୟ ଏବଂ ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ରାମ ବିଳାସ ପାଶଓ୍ଵାନ କହିଛନ୍ତି ଯେ, ଏବେ ଲୋକମାନେ କିଣୁଥିବା ସୁନାର ମାନ ବିଷୟରେ ସଠିକ୍ ସୂଚନା ପାଉନାହାନ୍ତି । ଆମେ ସୁନା ଗହଣା ପାଇଁ ହଲମାର୍କକୁ ବାଧ୍ୟତାମୂଳକ କରିବାକୁ ଯାଉଛୁ ।

ଜାନୁଆରି ସୁଦ୍ଧା ଏହି ନିୟମ ଲାଗୁ କରାଯିବ ବୋଲି ଭାରତୀୟ ମାନବ ବ୍ୟୁରୋ (ବିଆଇଏସ୍) ପକ୍ଷରୁ ଆୟୋଜନ କରାଯାଇଥିବା ଏକ କର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇ ଶ୍ରୀ ପାଶଓ୍ଵାନ ଏହା କହିଛନ୍ତି । ବର୍ତ୍ତମାନ କେତେକ ଗହଣାରେ ହଲମାର୍କ ବ୍ୟବହାର କରଯାଉଛି । ଗ୍ରାହକମାନଙ୍କୁ ସୁନାର ମାନ ବିଷୟରେ ସୂଚନା ପ୍ରଦାନ କରିବା ପାଇଁ ତାହା ଯଥେଷ୍ଟ ନୁହେଁ । ସରକାର ୧୪, ୧୮ ଏବଂ ୨୨ କ୍ୟାରେଟର ସୁନା ପାଇଁ ହଲମାର୍କକୁ ବାଧ୍ୟତାମୂଳକ କରିବେ ।