ଦ୍ୱିତୀୟ ଶ୍ୱେତ ବିପ୍ଳବର ପ୍ରସ୍ତୁତି କରୁଛନ୍ତି ମୋଦି ସରକାର : ରେଲୱେ ଷ୍ଟେସନ ଠାରୁ ଆରମ୍ଭ କରି ସ୍କୁଲ ପର୍ଯ୍ୟନ୍ତ ପହଂଚିବ ଗୋଦୁଗ୍ଧ, କୃଷକଙ୍କୁ ମିଳିବ ଫାଇଦା

34

ମୋଦି ସରକାର କ୍ଷୀର ଉତ୍ପାଦନ କରୁଥିବା କୃଷକଙ୍କୁ ଅଧିକ ଫାଇଦା ପହଂଚାଇବା ପାଇଁ ବଡ ପ୍ଲାନ ପ୍ରସ୍ତୁତ କରିଛନ୍ତି । ଏହା ଅଧିନରେ ସରକାର ଅଧିକରୁ ଅଧିକ ଦୁଗ୍ଧର ଆବଶ୍ୟକତାକୁ ବୃଦ୍ଧି କରିବେ । ସରକାର ତାଙ୍କର ଏହି ମେଗା ପ୍ଲାନ ଅଧିନରେ ଦ୍ୱିତୀୟ ଶ୍ୱେତ କ୍ରାନ୍ତି କରିବା ପ୍ରସ୍ତୁତିରେ ଅଛନ୍ତି । ଏହା ଅଧିନରେ କ୍ଷୀର ସହ ଜଡିତ ସାମଗ୍ରୀର ରପ୍ତାନୀ ଉପରେ ୧୦ ପ୍ରତିଶତ ପ୍ରୋତ୍ସାହନ ରାଶି ଦିଆଯିବ, ଅନ୍ୟ ପଟେ ରେଲୱେ ଷ୍ଟେସନ ଠାରୁ ଆରମ୍ଭ କରି ସରକାରୀ ସ୍କୁଲ ପର୍ଯ୍ୟନ୍ତ କ୍ଷୀର ପହଂଚାଇବାର ପ୍ରସ୍ତାବ ମଧ୍ୟ ଅଛି । କେନ୍ଦ୍ର ସରାକାରଙ୍କ ମନ୍ତ୍ରୀମାନେ ଏହି ପ୍ରସ୍ତାବ ଦେଇଛନ୍ତି ।

ମୂଲ୍ୟ ବୃଦ୍ଧି କରିବା ପାଇଁ ମହାରାଷ୍ଟ୍ରର କେତେକ ଅଂଶରେ ଦୁଗ୍ଧ ଉତ୍ପାଦକ କୃଷକ ହରତାଳ କରୁଛନ୍ତି । ସେମାନେ ରାଜ୍ୟରେ ଦୁଗ୍ଧ ଯୋଗାଣକୁ ବନ୍ଦ କରିଦେଇଛନ୍ତି । ଏହାପରେ ମନ୍ତ୍ରୀ ସମୂହ ତରଫରୁ ଏହି ପ୍ରସ୍ତାବ ସାମନାକୁ ଆସିଛି । ଦୁଗ୍ଧର ଆବଶ୍ୟକତାକୁ ବଢ଼ାଇବା ପାଇଁ ସରକାର ଏହାକୁ ମଧ୍ୟାହ୍ନ ଭୋଜନରେ ସାମିଲ କରିବାର ଯୋଜନା ପ୍ରସ୍ତୁତ କରୁଛନ୍ତି ।

ସରକାରୀ ଅନୁମାନ ମୁତାବକ, ଦେଶରେ ଏହି ସମୟରେ ପାଖାପାଖି ୩ ଲକ୍ଷ ଟନ୍ ମିଲ୍କ ପାଉଡରର ଅତିରିକ୍ତ ପରିମାଣ ଅଛି । ଏହି ସ୍ଥିତିରେ ଡାଏରୀ ଓ ଦୁଗ୍ଧ ଜାତୀୟ ସାମଗ୍ରୀର କିଣା ଦାମରେ କାଟିବାକୁ ବାଧ୍ୟ କରିଦେଇଛନ୍ତି । ଏଥିପାଇଁ ଗତ ବର୍ଷ ମହାରାଷ୍ଟ୍ରର କିଛି ଭାଗରେ ଦୁଗ୍ଧର ମୂଲ୍ୟ ୧୦-୧୫ ଟଙ୍କା ପ୍ରତି ଲିଟର ପର୍ଯ୍ୟନ୍ତ ପହଂଚିଯାଇଥିଲା । ମନ୍ତ୍ରୀ ସମୂହ ମିଲ୍କ ପାଉଡରକୁ ବିଦେଶୀ ସହାୟତା ରୂପେ ଅନ୍ୟ ଦେଶରେ ପଠାଇବାର ନିଷ୍ପତ୍ତି ନେଇଛନ୍ତି ।